www.samajalive.in
Friday, December 12, 2025
16.1 C
Bhubaneswar

ଗୃହ ମନ୍ତ୍ରାଳୟକୁ ପଠାଗଲା ନିର୍ଭୟା ଦୋଷୀର ରାଜକ୍ଷମା ଆବେଦନ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସିଂହ ପକ୍ଷରୁ କରାଯାଇଥିବା ରାଜକ୍ଷମା ଆବେଦନକୁ ଦିଲ୍ଲୀ ସରକାର ଖାରଜ କରିବା ପରେ ଉପରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ। ଉପରାଜ୍ୟପାଳ ଏହାକୁ ଖାରଜ କରିବା ପରେ ଗୁରୁବାର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି। ମୁକେଶର ଆବେଦନକୁ ଖାରଜ କରିବା ପାଇଁ ଦିଲ୍ଲୀ ସରକାର ଉପରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ। ଦିଲ୍ଲୀର ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା କହିଛନ୍ତି ଯେ, ସରକାର ଏହି ସୁପାରିଶକୁ ଉପରାଜ୍ୟପାଳଙ୍କୁ ପଠାଇଛନ୍ତି। ପରେ ତାହା କେନ୍ଦ୍ର ଗୃହମନ୍ତ୍ରାଳୟକୁ ପଠାଯିବ।

ସୂଚନାଯୋଗ୍ୟ, ଜାନୁଆରୀ ୨୨ ସକାଳ ୭ଟାରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବ ବୋଲି ସ୍ଥିର କରାଯାଇଥିଲା। ଗତ ବୁଧବାର ଦୋଷୀ ମୁକେଶ ସିଂହ ରାଜକ୍ଷମା ପାଇଁ ଆବେଦନ କରିବାରୁ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ମିଳିବାରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଇଥିଲା। କିନ୍ତୁ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ମୁକେଶର ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଦୋଷୀମାନେ ଫାଶୀର ନିକଟତର ହେଉଛନ୍ତି ବୋଲି ଆଶା କରାଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories