www.samajalive.in
Saturday, December 13, 2025
26.1 C
Bhubaneswar

ଫିକା ପଡ଼ିଲା ମାୟାବତୀଙ୍କ ଜନ୍ମଦିନ: ସେଲିବ୍ରେଶନ ପୂର୍ବରୁ କେକ୍‌ ଲୁଟିନେଲେ ସମର୍ଥକ

ଲକ୍ଷ୍ନୌ: ବିଏସପି ସୁପ୍ରିମୋ ମାୟାବତୀଙ୍କ ୬୪ତମ ଜନ୍ମଦିନ ଫିକା ପଡ଼ିଯାଇଛି। ବୁଧବାର ତାଙ୍କ ଜନ୍ମଦିନ ପାଳନ ପାଇଁ ଦଳ ପକ୍ଷରୁ ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲେ ହେଁ ଏହା ପୂର୍ବରୁ ଦଳୀୟ ସମର୍ଥକମାନେ କେକ୍‌ ଲୁଟି ନେଇଥିଲେ। ସେଲିବ୍ରେଶନ ପୂର୍ବରୁ ଏଭଳି ଘଟଣା ଦଳୀୟ ନେତା ଏବଂ କର୍ମୀଙ୍କୁ ନିରୁତ୍ସାହିତ କରିଛି।

ସୂଚନା ଅନୁସାରେ, ମାୟାବଦୀଙ୍କ ଜନ୍ମଦିନ ପାଳନ ପାଇଁ ଇଟାୱାଠାରେ ଦଳ ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଦଳୀୟ ନେତା, କର୍ମୀ ଏବଂ ସମର୍ଥକ ଆସି ପହଞ୍ଚିଥିଲେ। ମାୟାବତୀ କେକ୍‌ କାଟିବା ଲାଗି ଏକ ବଡ଼ କେକ୍‌ ମଧ୍ୟ ଆସିଥିଲା। କିନ୍ତୁ କେକ୍‌ କାଟିବା ପୂର୍ବରୁ ଏକ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଜନ୍ମଦିନ ପାଇଁ ଆସିଥିବା କେକ୍‌କୁ ମାୟାବତୀ କାଟିବା ପୂର୍ବରୁ ତାଙ୍କ ସମର୍ଥକମାନେ ତାହାକୁ ଲୁଟି ନେଇଥିଲେ। ହାତରେ ପୁଳା ପୁଳା କେକ୍‌ ଧରି ଯିଏ ଯୁଆଡ଼େ ଧାଇଁଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଘଟଣା ପାଇଁ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏଭଳି ଘଟଣା ନୂଆ ନୁହେଁ। ଗତବର୍ଷ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। କେକ୍‌ କଟାଯିବା ପୂର୍ବରୁ ସମର୍ଥକମାନେ କେକ୍‌ ଲୁଟି ନେଇ ପଳାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories