www.samajalive.in
Saturday, December 13, 2025
26.1 C
Bhubaneswar

ମନ୍ଦିର ପୂଜକଙ୍କ ଘରୁ ଗଞ୍ଜେଇ ଜବତ : ପୂଜକ ଗିରଫ

ଗୋପାଳପୁର : ଗୋଳନ୍ଥରା ପୁଲିସ ପକ୍ଷରୁ ଗତ ମଙ୍ଗଳବାର ରାତିରେ ଭାଲିଆଗଡ ଠାରେ ଥିବା ଏକ ପୂଜକଙ୍କ ଘରେ ଚଢାଉ କରାଯାଇ ବିକ୍ରି ନିମନ୍ତେ ରଖାଯାଇଥିବା ଗଞ୍ଜେଇ ଭର୍ତ୍ତି ବ୍ୟାଗ ଜବତ କରିବା ସହ ପୂଜକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଇଏମ୍ ଜାଗା ରାଓ ।

ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଗୋଳନ୍ଥରା ଥାନା ସବ ଇନିସପେକ୍ଟର ସ୍ମିତା ଜେନା ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ରାତିରେ ଭାଲିଆଗଡରେ ଥିବା ଜମ୍ବେଶ୍ଵର ମନ୍ଦିର ପରିସରରେ ରହୁଥିବା ମନ୍ଦିର ପୂଜକ ଏମ୍ ଜାଗା ରାଓଙ୍କ ଘରେ ଚଢ଼ାଉ କରିଥିଲେ। ଏହି ସମୟରେ ଉକ୍ତ ଘର ମଧ୍ୟରେ ଏକ ବ୍ୟାଗରେ କିଛି ଗଞ୍ଜେଇ ରହିଥିବା ଜଣାପଡିଥିଲା। ଏହାକୁ ନେଇ ଆଇଆଇସି ବାବୁଲି ନାୟକଙ୍କୁ ସୂଚନା ଦିଆଯାଇଥିଲା। ରାତିରେ ହିଁ କନିଷି ତହସିଲଦାର ରାଜକିଶୋର ଜେନା ମାଜିଷ୍ଟ୍ରେଟ ଭାବେ ଭାଲିଆଗଡରେ ପହଞ୍ଚି ବ୍ୟାଗରେ ରହିଥିବା ୩.୬୮୯ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ। ଗୋଳନ୍ଥରା ଥାନା ପକ୍ଷରୁ ୨୦/୨୦ ରେ ଏକ ମାମଲା ରୁଜୁ କରିବା ସହ ଜାଗାରାଓଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories