www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଦିଗରେ ଭାରତ ନେଇପାରିବ ପ୍ରମୁଖ ଭୂମିକା: ଇରାନ

ନୂଆଦିଲ୍ଲୀ: ରାୟସୀନା ଡାଏଲରେ ଯୋଗଦେବାକୁ ଆସିଥିବା ଇରାନର ବିଦେଶ ମନ୍ତ୍ରୀ ଜୱାଦ ଜରିଫ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହ୍ରାସ ଦିଗରେ ଭାରତର ଭୂମିକା ବିଷୟରେ ପୁଣି ଥରେ ଦୋହରାଇଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍‌ କରିବା ଦିଗରେ ଭାରତ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ସେ ନଆଦିଲ୍ଲୀରେ ପହଞ୍ଚିବା ପରେ କହିଛନ୍ତି।

ଅନ୍ୟପଟେ ଭାରତ ବି କହିଛି ଯେ, ସେ ଖୁବ୍‌ଶୀଘ୍ର ଉତ୍ତେଜନା ହ୍ରାସ କରିବା ସପକ୍ଷରେ ରହିଛି। ଭାରତ ଇରାନ, ୟୁଏଇ, ଓମାନ ଏବଂ କାତାର ସହିତ ପ୍ରମୁଖ ଦେଶଗୁଡ଼ିକ ସହ ସମ୍ପର୍କରେ ରହିଛି। ଇରାନ ବିଦେଶ ମନ୍ତ୍ରୀ ଜରିଫ କହିଛନ୍ତି, ଇରାନର ମୁଖ୍ୟ କମାଣ୍ଡର କାସିମ ସୋଲେମାନିଙ୍କୁ ହତ୍ୟା କରିବା ଆମେରିକାର ଅଜ୍ଞାନତା ଏବଂ ଅହଙ୍କାରର ପରିଚୟ। ୱାଶିଂଟନ ସବୁ ପ୍ରସଙ୍ଗକୁ ନିଜ ଦୃଷ୍ଟିକୋଣରୁ ଦେଖୁଛି ଏବଂ ଅଞ୍ଚଳର ହିତକୁ ଧ୍ୟାନ ଦେଉନାହିଁ। ସେ ଆହୁରି କହିଥିଲେ, ସୋଲେମାନି ହତ୍ୟା ବିରୋଧରେ ୪୩୦ ଭାରତୀୟ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ସଚିବ ମାଇକ୍‌ ପମ୍ପିଓଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଟ୍ରମ୍ପ ଏକମାତ୍ର ବ୍ୟକ୍ତି, ଯିଏ ସୋଲେମାନି ମୃତ୍ୟୁକୁ ନେଇ ଆତଙ୍କବାଦୀ ସଂଗଠନ ଇସଲାମିକ୍‌ ଷ୍ଟେଟ୍‌ ସହିତ ମିଶି ଖୁସି ମନାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories