ଭାରତୀୟ ବଂଶୋଦ୍ଭବ ଡି ସୌଜାଙ୍କୁ କ୍ଷମା ଦେଲେ ଟ୍ରମ୍ପ

0

ୱାଶିଂଟନ୍‍ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ତଥା ଉଦ୍‍ଘୋଷକ ଦୀନେଶ ଡି ସୌଜାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମା ପ୍ରଦାନ କରିଛନ୍ତି। ତାଙ୍କ ସରକାର ଦ୍ୱାରା ଦୀନେଶଙ୍କ ପ୍ରତି ଅନୁଚିତ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଟ୍ରମ୍ପ ସ୍ୱୀକାର କରିଛନ୍ତି। ସଙ୍ଘୀୟ ପ୍ରଚାର ଆଇନ ଉଲ୍ଲଙ୍ଘନ ଅଭିଯୋଗର୍ୱେୁମ୍ବଇ ଜନ୍ମିତ ୫୭ବର୍ଷୀୟ ଦୀନେଶଙ୍କୁ ୨୦୧୪ରେ ୫ବର୍ଷ ଦଣ୍ଡବିଧାନ କରାଯାଇଥିଲା। ନ୍ୟୁୟର୍କର ଏହି ରାଜନେତା ବେଆଇନ୍‍ ଭାବେ ୨୦ହଜାର ଡଲାର ନିର୍ବାଚନ ପ୍ରଚାର ପାଣ୍ଠି ପାଇଁ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ୩୦ହଜାର ଡଲାର ଜୋରିମାନା ମଧ୍ୟ ହୋଇଥିଲା। ଏସବୁଥିରୁ ଟ୍ରମ୍ପ ତାଙ୍କୁ କ୍ଷମା କରିଦେଇଛନ୍ତି।

Leave A Reply