ନିପା ଭୂତାଣୁରେ ଆଉ ଜଣଙ୍କର ମୃତ୍ୟୁ
ତିରୁଅନନ୍ତପୁରମ୍ : ନିପା ଭୂତାଣୁ ସଂକ୍ରମଣରେ ଗୁରୁବାର କେରଳରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତ୍ୟୁକୁ ନେଇ କେରଳରେ ନିପା ଭୂତାଣୁ ଜନିତ ମୃତକଙ୍କ ସଂଖ୍ୟା ୧୭ରେ ପହଞ୍ଚିଛି। ଗୁରୁବାର ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କର ନାମ ରାସିନ (୨୫ବର୍ଷ)। ତାଙ୍କ ଘର ନେଦୁଭାନୁର। ସେ କିପରି ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ହେଲେ ତାହା ଜଣାପଡି ନାହିଁ। ବୁଧବାର ମଧ୍ୟ ନିପା ଭୂତାଣୁ ସଂକ୍ରମଣରେ ମଧୁସୂଦନ (୫୬ବର୍ଷ) ଓ ଅଖିଲି କାରାସେରୀ (୨୮ବର୍ଷ) ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।