ୟୁଏସ୍ ପାସିଫିକ୍ କମାଣ୍ଡୋର ନାମ ହେଲା ଇଣ୍ଡୋ-ପାସିଫିକ୍
ୱାଶିଂଟନ୍ : ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ସାମରିକ କାର୍ଯ୍ୟକ୍ରମ ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକା ଏହାର ପାସିଫିକ୍ କମାଣ୍ଡୋର ନାମ ପରିବର୍ତ୍ତନ କରି ଏହାକୁ ‘ଇଣ୍ଡୋ-ପାସିଫିକ୍ କମାଣ୍ଡୋ’ ଭାବେ ନାମିତ କରିଛି। ସାମରିକ ରଣକୌଶଳ ପ୍ରସ୍ତୁତିରେ ଭାରତ ଏହାର ଏକ ପ୍ରମୁଖ ସହଯୋଗୀ ବୋଲି ଆମେରିକା ଏଭଳି ପଦକ୍ଷେପ ଦ୍ୱାରା ଖୋଲାଖୋଲି ସ୍ୱୀକାର କରିଥିବା କୁହାଯାଉଛି। ପ୍ରତିରକ୍ଷା ସଚିବ ଜିମ୍ ମାଟ୍ଟିସ୍ କମାଣ୍ଡୋର ନାମ ପରିବର୍ତ୍ତନ ସମ୍ବନ୍ଧରେ ହାଇତିଠାରେ ଗୁରୁବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଧିବଦ୍ଧ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣା ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ସରକାରୀ ଦସ୍ତାବିଜ୍ରେ ଉକ୍ତ କମାଣ୍ଡୋକୁ ‘ଇଣ୍ଡୋ-ପାସିଫିକ୍ କମାଣ୍ଡୋ’ ଭାବେ ଅଭିହିତ କରିଆସୁଛନ୍ତି। ଆଡମିରାଲ୍ ହ୍ୟାରୀ ବି. ହ୍ୟାରିସ୍ ଜୁନିଅର୍ଙ୍କଠାରୁ ଆଡମିରାଲ ଫିଲିପ୍ ଏସ୍. ଡାଭିଡ୍ସନ୍ କମାଣ୍ଡୋର ଦାୟିତ୍ୱ ଗ୍ରହଣ କରିଛନ୍ତି। ଭାରତ ସହିତ ସମ୍ପର୍କ ବୃଦ୍ଧିକୁ ସର୍ବଦା ଗୁରୁତ୍ୱ ଦେଇଆସୁଥିବା ହ୍ୟାରିସ୍ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କମାଣ୍ଡୋର ନେତୃତ୍ୱ ନେବେ।