ଚଳିତ ଲୋକସଭାରେ ୟୁପିର ପ୍ରଥମ ମୁସଲମାନ ମହିଳା ସାଂସଦ
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କୈରାନା ଲୋକସଭା ଉପ-ନିର୍ବାଚନ ଜିତି ଆର୍ଏଲ୍ଡି ପ୍ରାର୍ôଥନୀ ବେଗମ୍ ତବଜୁମ୍ ହସନ୍ ଚଳିତ ଲୋକସଭାରେ ଉତ୍ତରପ୍ରଦେଶ (ୟୁପି)ର ପ୍ରଥମ ମୁସଲମାନ ମହିଳା ସାଂସଦ ହେବାର ଗୌରବ ଲାଭ କରିଛନ୍ତି। ଉତ୍ତରପ୍ରଦେଶ ରାଜନୀତିରେ ତବଜୁମ୍ ନୂଆ ନୁହନ୍ତି। ବିଜେପି ପ୍ରାର୍ଥୀ ମୃଗଙ୍ଗା ସିଂହଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କୁ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟିର (ବିଏସ୍ପି) ସମର୍ଥନ ମଧ୍ୟ ମିଳିଥିଲା। ତାଙ୍କ ସ୍ୱାମୀ ତଥା ସମାଜବାଦୀ ପାର୍ଟିର ପୂର୍ବତନ ନେତା ମୁନାୱର ହସନ ହରିୟାଣାରେ ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୦୯ରେ ବିଏସ୍ପି ଟିକଟରେ ସେ ପ୍ରଥମଥର ଲାଗି ଲୋକସଭାକୁ ନିର୍ବାଚିତ ହୋଇଥିଲେ।