www.samajalive.in
Sunday, December 7, 2025
14.1 C
Bhubaneswar

ମକର ସଂକ୍ରାନ୍ତିର ପୌରାଣିକ ମହତ୍ତ୍ବ

ସଂକ୍ରାନ୍ତି ଦିନ ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିଥାନ୍ତି। ପ୍ରତି ମାସରେ ସଂକ୍ରାନ୍ତି ପଡୁଥିବାରୁ ବର୍ଷକୁ ୧୨ ଥର ସୂର୍ଯ୍ୟ ରାଶି ପରିବର୍ତ୍ତନ କରିଥାନ୍ତି। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଉତ୍ତର ଅୟନରେ ପ୍ରବେଶ କରିଥିବାରୁ ତାହାକୁ ଉତ୍ତରାୟଣ ଗତି କୁହାଯାଇଥାଏ। ଏହା ଦ୍ବାରା ଶୀତର ପ୍ରକୋପ କମ ହୋଇଥାଏ ବୋଲି କୁହାଯାଏ। ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୫ତାରିଖ ବୁଧବାର ଦିନ ପଡୁଛି। ମକର ସଂକ୍ରାନ୍ତିକୁ ନେଇ ପୌରାଣିକ ମହତ୍ତ୍ବ ମଧ୍ୟ ରହିଛି।
ମାନ୍ୟତା ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିଙ୍କ ଦେଖା କରିବାକୁ ତାଙ୍କ ଘରକୁ ଯାଇଥାଆନ୍ତି। ମକର ରାଶିର ସ୍ବାମୀ ଶନି ଅଟନ୍ତି। ତେଣୁ ସେହି ଦିନଟିକୁ ମକର ସଂକ୍ରାନ୍ତି ରୂପେ ପାଳନ କରାଯାଇଥାଏ। ମହାଭାରତ ଯୁଗରେ ପିତାମହ ଭୀଷ୍ମ ନିଜ ଦେହତ୍ୟାଗ କରିବା ପାଇଁ ମକର ସଂକ୍ରାନ୍ତି ଦିନକୁ ଚୟନ କରିଥିଲେ। ମକର ସଂକ୍ରାନ୍ତି ଦିନ ଗଙ୍ଗା ଭାଗିରଥିଙ୍କ ପଛରେ ଯାଇ କପିଳ ମୁନିଙ୍କ ଆଶ୍ରମ ହେଇ ସମୁଦ୍ରରେ ମିଶିଥିଲେ।
ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ମହତ୍ତ୍ବପୂର୍ଣ୍ଣ ପର୍ବ ହୋଇଥିବାରୁ ଏହି ଦିନ ସ୍ନାନ ଓ ଦାନ ଆଦିର ନିଆରା ପରମ୍ପରା ରହିଛି। ମକର ସଂକ୍ରାନ୍ତି ଦିନ କାଠ, ରାଶି, ଅନ୍ନ, ବିରି ଡାଲି, ଚାଉଳ, ପାମ୍ପଡ, ଘିଅ, ଗୁଡ, ଲୁଣ ଆଦି ଦାନ କରିବାର ପରମ୍ପରା ରହିଛି। ଏହା ସହ ଉଲରେ ପ୍ରସ୍ତୁତ ଯେକୌଣସି ବସ୍ତ୍ର ଦାନ କରିବା ଦ୍ବାରା ଶୁଭଫଳ ମିଳିଥାଏ ବୋଲି ବିଶ୍ବାସ କରାଯାଏ। ମକର ସଂକ୍ରାନ୍ତି ଦିନ ଗଙ୍ଗା ନଦୀ କୂଳରେ ସ୍ନାନ କରିବାର ବିଶେଷ ମହତ୍ତ୍ବ ରହିଛି। କାଶୀର ଦଶାଶ୍ବମେଧ ଘାଟ ଓ ପ୍ରୟାଗରାଜର ସଙ୍ଗମ ସ୍ଥଳରେ ସ୍ନାନ କରିବା ଦ୍ବାରା ମଧ୍ୟ ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories