www.samajalive.in
Thursday, December 11, 2025
18.1 C
Bhubaneswar

ମକର ସଂକ୍ରାନ୍ତିରେ କରନ୍ତୁ ଏହି କାର୍ଯ୍ୟ; ପ୍ରାପ୍ତି ହେବ ସୌଭାଗ୍ୟ

ଭଗବାନ ସୂର୍ୟ୍ୟ ଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ସୂର୍ୟ୍ୟ ପ୍ରବେଶ କରିଥିବା ରାଶିର ନାମ ଅନୁସାରେ ସଂକ୍ରାନ୍ତିର ନାମକରଣ କରାଯାଇଥାଏ। ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଧନୁ ରାଶିରୁ ନିଜ ପୁତ୍ର ଶନିଙ୍କ ରାଶି ମକରରେ ପ୍ରବେଶ କରିଥାଆନ୍ତି। ସେହି ଦିନ ତିନୋଟି କାର୍ୟ୍ୟ କରିବା ଦ୍ବାରା ଜୀବନର ମାର୍ଗ ବଦଳି ଯାଇଥାଏ। ଉତ୍ତମ ଫଳ ପ୍ରାପ୍ତି ହୋଇଥାଏ।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଓ ଖେଚୁଡି ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଆପଣ ଏହାକୁ ଦାନ କରିବା ସହ ନିଜେ ମଧ୍ୟ ଖାଇ ପାରିବେ। ଏପରି କରିବା ଦ୍ବାରା ଅଧିକ ଶୁଭ ଫଳ ପ୍ରାପ୍ତି ହୋଇଥାଏ। ଏହି ଦିନ ଚାଉଳ ଓ ବିରି ଡାଲି ଦାନ କରିବା ମଧ୍ୟ ଆବଶ୍ୟକ ଅଟେ।

- Advertisement -

ଦାନ କରିବା ସହ ଗଙ୍ଗା ସ୍ନାନ କରି ଭଗବାନ ସୂର୍ୟ୍ୟଙ୍କୁ ପୂଜା କରିବା ବିଶେଷ ମହତ୍ତ୍ବ ରଖିଥାଏ। ସୂର୍ୟ୍ୟଙ୍କୁ ପୁଜା କରିବା ସମୟରେ ତମ୍ବାର ପାତ୍ରରେ ଜଳ ଅର୍ପଣ କରିବା ଉଚିତ।

ମକର ସଂକ୍ରାନ୍ତି ଦିନ ସୂର୍ୟ୍ୟ ଶନିଙ୍କ ରାଶିରେ ପ୍ରବେଶ କରିଥାଆନ୍ତି। ତେଣୁ ଏହି ଦିନ ଶନିଦେବଙ୍କୁ ପୂଜା କରିବା ଲାଭଦାୟକ ହୋଇଥାଏ। ଶନିଙ୍କୁ ପୂଜା କରିବା ସମୟରେ ସୋରିଷ ତେଲରେ କଳା ରାଶି ପକାଇ ଦୀପ ପ୍ରଜ୍ବଳିତ କରନ୍ତୁ। ଏପରି କରିବା ଦ୍ବାରା ଦୁଇଗୁଣା ଫଳ ମିଳିବ।

ମକର ସଂକ୍ରାନ୍ତି ଦିନ ରାଶି, ଗୁଡ ଦାନ କରିବା ଉଚିତ। କିନ୍ତୁ ଏହିଦିନ ଘରେ ରାଶି ଲଡୁ ପ୍ରସ୍ତୁତ କରି ଗରିବ ମାନଙ୍କୁ ବାଣ୍ଟିବା ଅତ୍ୟନ୍ତ ଶୁଭକର ହୋଇଥାଏ। ଏହି ଦିନ ଅନେକ ସ୍ଥାନରେ ଗୁଡି ଉଡାଇବାର ପରମ୍ପରା ରହିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories