www.samajalive.in
Thursday, December 11, 2025
18.1 C
Bhubaneswar

ନିଜ ଡାନ୍ସରେ ହ୍ରିତିକ୍‌ଙ୍କୁ ଚକିତ କରିଦେଲେ ଟିକ୍‍ଟକ୍‍ ୟୁଜର: ଅଭିନେତା କହିଲେ, କିଏ ଇଏ?

ମୁମ୍ବଇ: ବଲିଉଡ଼ର ଅଭିନେତା ହ୍ରିତିକ୍‍ ରୋଶନ ନିଜ ଅଭିନୟ ସହ ନୃତ୍ୟ ପାଇଁ ବେଶ୍‍ ଲୋକପ୍ରିୟ। ତାଙ୍କ ଭଳି ଡାନ୍ସ ମୁଭ୍‍ସ କରିବା ବଲିଉଡ଼ରେ ବୋଧ ହୁଏ ଆଉ କାହା ପାଇଁ ଏତେ ସହଜ ନୁହେଁ। କିନ୍ତୁ କ’ଣ ହେବ ଯଦି ନିଜେ ହ୍ରିତିକ୍‍ କାହାର ଡାନ୍ସ ମୁଭ୍‍ସ ଦେଖି ଚକିତ ହୋଇଯିବେ? ନିକଟରେ ଏହପରି କିଛି ଘଟଣା ଘଟିଛି। ଜଣେ ଟିକ୍‍ଟକ୍‍ ବ୍ୟବହାରକାରୀଙ୍କ ଡାନ୍ସ ମୁଭ୍‍ସ ଦେଖି ହ୍ରିତିକ୍‍ ଆଶ୍ଚର୍ଯ୍ୟ ହେବା ସହ ଭିଡିଓଟିକୁ ନିଜ ଟ୍ବିଟର୍‍ ହ୍ୟାଣ୍ଡେଲରେ ରିଟ୍ୱିଟ୍‍ କରିଛନ୍ତି।

- Advertisement -

ଏହି ଭିଡିଓରେ ଜଣେ ଯୁବକ ଘର ଛାତ ଉପରେ ହ୍ରିତିକ୍‍ଙ୍କ ଗୀତରେ ଜବରଦସ୍ତ ଏୟାର ୱାକ୍‍ କରୁଥିବା ଦେଖିବାକୁ ମିଳିଛି। ୨ ମିନିଟ୍‍ ୨୦ ସେକେଣ୍ଡର ଏହି ଭିଡିଓରେ ସେହି ଯୁବକଙ୍କ ନୃତ୍ୟକୁ ଦେଖି ଅନେକ ଲୋକେ ଚକିତ ହେବା ସହ କମେଣ୍ଟ ମାଧ୍ୟମରେ ଖୁବ୍‍ ପ୍ରଶଂସା କରିଛନ୍ତି। ଭିଡିଓକୁ ରିଟ୍ୱିଟ୍‍ କରି ହ୍ରିତିକ୍‍ ଲେଖିଛନ୍ତି, “ଏପର୍ଯ୍ୟନ୍ତ ମୁଁ ଦେଖିଥିବା ସର୍ବୋତ୍ତମ ଏୟାର୍‍ ୱାକ୍‍। କିଏ ଏହି ବ୍ୟକ୍ତି”?
ଏହାପରେ ଅନୁମାନ କରାଯାଉଛି, ନିଜ ନୃତ୍ୟରେ ହ୍ରିତିକ୍‍ଙ୍କୁ ପ୍ରଭାବିତ କରିଥିବା ଏହି ଯୁବକଙ୍କ ଭାଗ୍ୟ ବଦଳିବାକୁ ଯାଉଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories