www.samajalive.in
Saturday, December 13, 2025
21.1 C
Bhubaneswar

୨୦୧୬ ଇନ୍ଦ୍ରାବତୀ ଜଳ ଭଣ୍ଡାରର ହୋଇଥିବା ମୃତ୍ୟୁ କାରଣ ତଦନ୍ତ ଆରମ୍ଭ

କଲମପୁର  : ଜାତୀୟ ମାନବାଧିକାର କମିଶନଙ୍କ ରାପୁଟିୟର ବି.ବି. ମିଶ୍ର ଦୁଇ ଦିନିଆ ଗସ୍ତରେ ଆସି ଇନ୍ଦ୍ରବାତୀ ଜଳ  ଭଣ୍ଡାରର ବିଭିନ୍ନ ଗ୍ରାମ ପରିଦର୍ଶନ କରିବା ସହ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୨୦୧୬ ଅଗଷ୍ଟ ମାସରେ ୧୬ ଜଣଙ୍କ ମୃତ୍ୟୁର କାରଣ ସମ୍ବନ୍ଧରେ ତଦନ୍ତ କରିଥିଲେ।

ସୁଚନାଯୋଗ୍ୟଯେ, ଗତ ୨୦୧୬ ମସିହା ଅଗଷ୍ଟ ମାସରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ଏନ ପୋଡାପଦର, କାରବାଡି, ଲିଟିମସ୍କା ଆଦି ଗ୍ରାମରେ ୧୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଥିଲା। ଲୋକେ ଜଳ ଭଣ୍ଡାର ମଧ୍ୟରେ ଅସହାୟ ଜୀବନ ଯାପନ କରୁଥିବା ବେଳେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟ, ଶିକ୍ଷା ଓ ଗମନା ଗମନ ଭଳି ମୌଳିକ ସେବା ଅପହଞ୍ଚ, ଗମନା ଗମନ ପାଇଁ କୌଣସି ସୁବିଧା ନଥିବାରୁ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ଏପରିକି ସାଧାରଣ ଜ୍ୱର ଟିକେ ହେଲେ ମଧ୍ୟ ଔଷଧ ମିଳିବା କଷ୍ଟକର। ସଠିକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବା ଏହି ଅଞ୍ଚଳବାସୀଙ୍କ ମାନବିକ ଅଧିକାର ହନନ ହୋଇଥିବା ଦର୍ଶାଇ ଭବାନିପାଟଣାର ଜନୈକ ଆଇନଜିବୀ ସୁଧାଂଶୁ କମାର ନନ୍ଦ ମାନ୍ୟବର ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ।

- Advertisement -

ମାନ୍ୟବର ଜାତୀୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱ ଦେଇ ତଦନ୍ତ ଆରମ୍ଭ କରିଛନ୍ତି। ଅଞ୍ଚଳର ସ୍ଥିତି ଓ ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ତଦନ୍ତ ପାଇଁ ରାପୁଟିୟର ବି.ବି. ମିଶ୍ରଙ୍କ ଇନ୍ଦ୍ରାବତୀ ଜଳ ଭଣ୍ଡାରର କାରୁବାଡି, ଲିଟିମସ୍କା, ଏନ. ପୋଡାପଦର, ଘୁଟୃଖାଲ, ତେନ୍ତୁଳିପଦର  ଓ ଭିତରଡୁଙ୍ଗା ଆଦି ଗ୍ରାମ ପରିଦର୍ଶନ କରିବା ସହ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହି ସମୟରେ ସି.ଡି.ପି.ଓ ପୁଷ୍ପାଞ୍ଜଳୀ ରଥ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅବିନାଶ ରଥ, ତହସିଲଦାର ତଥା ଭାରପ୍ରାପ୍ତ ବି.ଡି.ଓ ବିନୟ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ। ରାପୁଟିୟର ଶ୍ରୀ ମିଶ୍ରଙ୍କ ଏହି ଗସ୍ତ ସମୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଥିବା ଅନେକ ଗ୍ରାମକୁ ରାସ୍ତାର ଅଭାବ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସେବା ଅପହଞ୍ଚ ଥିବା ନେଇ ସୁଚନା ପାଇଥିଲେ। ଏହି ସମସ୍ତ ଗ୍ରାମ ପରିଦର୍ଶନ ପରେ ସୋମବାର ଅପରାହ୍ନରେ ଥୁଆମୁଳ ରାମପୁର ପହଞ୍ଚି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରି ଭବାନିପାଟଣା ଫେରିଯାଇଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories