www.samajalive.in
Thursday, December 11, 2025
16.1 C
Bhubaneswar

ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁ ସାକାର କରୁଛନ୍ତି ମୋଦି ସରକାର : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ସୋମବାର ଏସସି/ଏସଟି ଉଦ୍ୟୋଗୀଙ୍କ ୩୧୨୧ତମ ବଲ୍‍କ ଏଲପିଜି ଟ୍ୟାଙ୍କର (ବିଏଲଟିଟି)ର ଶୁଭାରମ୍ଭ କରିବା ସହ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରାଳୟର ଏସସି/ଏସଟି ଉଦ୍ୟୋଗୀ ସମୂହଙ୍କ ସ୍ୱତନ୍ତ୍ର ଜାତୀୟ ଭେଣ୍ଡର ଡେଭଲପମେଂଟ କାର୍ୟ୍ୟକ୍ରମରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଏସସି ଓ ଏସଟି ବର୍ଗର ଲୋକଙ୍କ ମାଲିକ ହେବା ସ୍ୱପ୍ନକୁ ମୋଦି ସରକାର ବାସ୍ତବିକତାର ରୂପ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ କେବଳ ଏସସି ଓ ଏସଟି ସମାଜ ପାଇଁ ସଂରକ୍ଷଣ ଏବଂ ସ୍କଲାରସିପର ବ୍ୟବସ୍ଥା ଥିଲା। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ମାଲିକ ହେବାର ସ୍ୱପ୍ନକୁ ସାକାର କରିଛନ୍ତି। ସରକାର ଏହି ବର୍ଗର ଲୋକମାନଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ମୋଦି ସରକାରରେ ଆଗାମୀ ଦିନରେ ଏସସି ଏସଟି ବର୍ଗ କ୍ଷେତ୍ରରେ ବିକାଶର ଅଭୁତପୂର୍ବ ପରିବର୍ତନ ହେବ। କେବଳ ଭାଷଣବାଜି ନୁହେଁ କଳ୍ପନାକୁ ବାସ୍ତବରେ ପରିଣତ କରିଛନ୍ତି ମୋଦି।

- Advertisement -

 

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଦଳିତ, ପଛୁଆ ଓ ସଂଖ୍ୟାଲଘୁଙ୍କୁ ସମାନ୍ତରାଳ ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରାଥମିକତା ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବକି ସାଥ-୍ସବକି ବିକାଶ-ସବକି ବିଶ୍ୱାସର ରାସ୍ତା ଆପଣାଇଛନ୍ତି। ଏବେ ରୋଜଗାର ଅନ୍ୱେଷଣ ପାଇଁ ନୁହେଁ ମାଲିକ ବନିବାର ସମୟ। ମୋଦି ସରକାରରେ ବିଗତ ଦିନ ମାନଙ୍କରେ ୭୫ ହଜାର ନୂଆ ପେଟ୍ରୋଲ ପମ୍ପ ଖୋଲିବାର ଯୋଜନା ହୋଇଥିଲା ବେଳେ ସେଥିମଧ୍ୟରୁ ୨୦ ହଜାର ଏସଏସଟିଙ୍କ ପାଇଁ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ନାମାଙ୍କନ କରାଯାଇଛି। ଏବେ ୧୭ ହଜାର ୧୧୭ ପେଟ୍ରୋଲ ପମ୍ପ ପାଇଁ ଏଲଓଆଇ ଦିଆଯାଇଥିବା ବେଳେ ୩ ହଜାର ୬୪୭ ଏସଏସଟି ବର୍ଗର ଲୋକଙ୍କୁ ଏଲଓଆଇ ପ୍ରଦାନ କରାଯାଇଛି।

ଏହା ମୋଦି ସରକାରଙ୍କ ବି.ଆର ଆମ୍ବେଦକରଙ୍କ ପାଇଁ ଥିବା ପ୍ରତିବଦ୍ଧତା। ସେହିପରି ଭାରତବର୍ଷରେ ୨୦୧୪ ସୁଦ୍ଧା ମୋଟ ୧୩ କୋଟି ଘରେ ଏଲପିଜି ସଂଯୋଗ ଥିଲା। ମାତ୍ର ଗତ ସାଢେ ୫ ବର୍ଷରେ ଏହାକୁ ଡବଲ କରାଯାଇଛି। ଏଲପିଜି ସଂଯୋଗ ୨୭ କୋଟିରେ ପହଁଚିଛି। ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟି ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ଏହି ଯୋଜନାରେ ପ୍ରାୟ ୩ ଲକ୍ଷ ଏସସି ଏସଟି ଲାଭ ପାଇଛନ୍ତି। ଭାରତରେ ରୋଜଗାର ବଢିବାକୁ ହେଲେ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ନେବାକୁ ହେବ। ଦେଶର ଭିତିଭୂମିକୁ ସଦୃଢ କରିବା ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ। ଅପରପକ୍ଷରେ ଅନେକ ଦିନରୁ ଚାଲୁଥିବା କାମ ଆଜି ସଫଳ ହୋଇଛି। ୩୧୨୧ତମ ବଲ୍କ ଏଲପିଜି ଟ୍ୟାଙ୍କର ଟ୍ରକ୍ର ଉଦଘାଟନ ହେବା ଆନନ୍ଦର ବିଷୟ ବୋଲି ପ୍ରଧାନ ମତବ୍ୟକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories