www.samajalive.in
Wednesday, December 10, 2025
26.1 C
Bhubaneswar

ନିଲାମ ପରେ ମଧ୍ୟ ଆଇପିଏଲ ଖେଳିବେନି ୪୮ବର୍ଷୀୟ ଏହି ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଏଥିପାଇଁ କୋଲକାତା ନାଇଟ ରାଇଡରସ୍(କେକେଆର) ଦଳ ୪୮ବର୍ଷୀୟ ଖେଳାଳି ପ୍ରବିଣ ତାମ୍ବେଙ୍କୁ କିଣିଥିଲା। ମାତ୍ର ତାମ୍ବେ ଆଇପିଏଲରେ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ସେ ଟି-୧୦ ଲିଗରେ ଖେଳିଥିବାରୁ ଚଳିତବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ବିସିସିଆଇର ନିୟମ ଅନୁସାରେ ଭାରତୀୟ ଖେଳାଳି ଯଦି ଅନ୍ୟ ଦେଶରେ ହେଉଥିବା ଟି-୧୦ ଲିଗ୍ ଖେଳନ୍ତି ତେବେ ସେମାନେ ଆଇପିଏଲ ଖେଳିପାରିବେ ନାହିଁ। ତେଣୁ ବିସିସିଆଇର ଏହି ନିୟମ ଆଧାରରେ ତାମ୍ବେ ଚଳିତ ବର୍ଷ ଆଇପିଏଲରେ ନିଲାମ ହୋଇଥିଲେ ମଧ୍ୟ ଆଇପିଏଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି।
ଉଲ୍ଲେଖ ଯୋଗ୍ୟ, ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୩ତମ ସଂସ୍କରଣ ପାଇଁ ୪୮ବର୍ଷୀୟ ଖେଳାଳି ପ୍ରବିଣ ତାମ୍ବେଙ୍କୁ କୋଲକାରତା ନାଇଟ ରାଇଡରସ୍(କେକେଆର) ଦଳ ୨୦ଲକ୍ଷ ଟଙ୍କାରେ କଣିଥିଲା। ତାମ୍ବେ ହେଉଛନ୍ତି ଜଣେ ଡ଼ାହାଣହାତୀ ଲେଗ୍ ସ୍ପିନର। ସେ ମହାରାଷ୍ଟ୍ରର ବାସିନ୍ଦା। ସେ ୨୦୧୩ମସିହାରେ ଆଇପିଏଲରେ ଏଣ୍ଟ୍ରି କରିଥିଲେ। ସେ ପ୍ରଥମେ ୪୧ବର୍ଷ ବୟସରେ ରାଜସ୍ଥାନ ରୟାଲସ୍ ପକ୍ଷରୁ ଆଇପିଏଲ ଖେଳିଥିଲେ।
ସବୁଠାରୁ ଖାଶ୍ କଥା ହେଉଛି ତାମ୍ବେ କୋଲକାତାର ମୁଖ୍ୟ ପ୍ରଶିକ୍ଷକ ଥିବା ବ୍ରେଣ୍ଡନ୍‌ ମ୍ୟାକ୍‌କଲମ୍‌ଙ୍କ ଠାରୁ ମଧ୍ୟ ବୟସରେ ୧୦ବର୍ଷ ବଡ଼। ମାକୁଲମଙ୍କ ବୟସ ୩୮ବର୍ଷ ହୋଇଥିବାବେଳେ ତମ୍ବେଙ୍କ ବୟସ ୪୮ବର୍ଷ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories