www.samajalive.in
Saturday, December 13, 2025
21.1 C
Bhubaneswar

ଜେଏନୟୁ ଫି ବିବାଦର ସମାଧାନ ହୋଇସାରିଛି , ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଅନାବଶ୍ୟକ : ମାନବ ସମ୍ବଳ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଫି ବୃଦ୍ଧି ମାମଲାର ସମାଧାନ ହୋଇସାରିଛି। ଛାତ୍ର ପ୍ରତିନିଧି ଓ ଶିକ୍ଷକ ସଂଘର ପ୍ରତିନିଧି ସହିତ ବିଭିନ୍ନ ପର୍ୟ୍ୟାୟରେ ଆଲୋଚନା ପରେ ସମସ୍ୟାର ସମାଧାନ କରାଯାଇ ସାରିଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମୟରେ ମାମଲାର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ। ଏହାପରେ ଏକ ଉଚ୍ଚସ୍ତରୀୟ ସମିତି ମନ୍ତ୍ରଣାଳୟ ପକ୍ଷରୁ ଗଠନ କରାଯାଇଥିଲା। ସମିତିର ସଦସ୍ୟଭାବେ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗର ପୂର୍ବତନ ଅଧ୍ୟକ୍ଷ ବି.ଏସ.ଚୌହାନ, ଏଆଇସିଟିଇର ଅଧ୍ୟକ୍ଷ ଅନୀଲ ସହଶ୍ରବୁଦେ୍ଧ ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗର ସଚିବ ରଜନୀଶ ଜୈନ ସାମିଲ ଥିଲେ। ଏହି ସମିତିର ସୁପାରିସ କ୍ରମେ ଛାତ୍ରଛାତ୍ରୀ ଏବଂ ଜେଏନୟୁ ପ୍ରଶାସନ ପ୍ରତିନିଧିଙ୍କ ସହିତ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଆଲୋଚନା କରିଥିଲେ। ଏହାପରେ ନିଷ୍ପତି ହୋଇଥିଲା ଯେ, ଛାତ୍ରଛାତ୍ରୀଙ୍କଠାରୁ ଶୀତ ଋତୁରେ ପଞ୍ଜିକରଣ ଲାଗି କୌଣସି ସେବା କିମ୍ବା ଉପଯୋଗିତା ଫି ନିଆଯିବ ନାହିଁ। କିନ୍ତୁ ସଂଶୋଧିତ ଛାତ୍ରାବାସ ଫି ଲାଗୁ ହେବ ଏବଂ ଏଥିରେ ବିପିଏଲ ଛାତ୍ରଛାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯିବ। ତେଣୁ ଜେଏନୟୁ ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ପୂରଣ ହୋଇସାରିଛି।

- Advertisement -

ବର୍ତମାନ ସୁଦ୍ଧା ଶୀତ ଋତୁ ପାଇଁ ୫୦୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ପଞ୍ଜିକରଣ କରିସାରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆନ୍ଦୋଳନ ପ୍ରତ୍ୟାହାର ଲାଗି ମନ୍ତ୍ରଣାଳୟ ଏବଂ ମନ୍ତ୍ରୀ ଶ୍ରୀ ନିଶଙ୍କ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି, ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବି ସେବା ଓ ଉପଯୋଗିତା ଫି ଛାଡ ଏବଂ ଅନ୍ୟାନ୍ୟ ପ୍ରସଙ୍ଗର ସମାଧାନ ହୋଇସାରିଛି। ତେଣୁ ଆନ୍ଦୋଳନ ଜାରି ରଖିବାର କୌଣସି ଆବଶ୍ୟକତା ନାହିଁ। ଉଚ୍ଚଶିକ୍ଷା ସଂସ୍ଥାନଗୁଡିକୁ ରାଜନୈତିକ ଆଖଡାରେ ପରିଣତ କରାଯିବା ଉଚିତ ନୁହେଁ ବୋଲି ସେ ଆହ୍ୱାନ କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories