www.samajalive.in
Thursday, December 11, 2025
18.1 C
Bhubaneswar

ସଏଦ୍‍ ହଇଥମ୍‍ ବିନ୍‍ ତାରିଫ ଅଲ୍‍ ସଏଦ ଓମାନର ନୂଆ ସୁଲତାନ : ମୋଦୀ ଜଣାଇଲେ ଅଭିନନ୍ଦନ

ମାସ୍କଟ : ସଏଦ୍‍ ହଇଥମ୍‍ ବିନ୍‍ ତାରିଫ ଅଲ୍‍ ସଏଦ ଓମାନର ନୂଆ ସୁଲତାନ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏକାଧିକ ଟ୍ୱିଟ୍‍ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ସୁଲତାନ ଅଲ୍‍ ସଏଦ୍‍ଙ୍କ ନେତୃତ୍ୱରେ ଓମାନ ଅଧିକ ସମୃଦ୍ଧ ହେବା ସହ ବିଶ୍ୱ ଶାନ୍ତି ପ୍ରତିଷ୍ଠାକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ ଦୃଢ଼ ଆଶାବାଦୀ।

ଓମାନର ଭାରତ ସହ ସଂପର୍କ ଅତି ପ୍ରାଚୀନ ହୋଇଥିବାରୁ ନୂଆ ସୁଲତାନଙ୍କ ନେତୃତ୍ୱରେ ଦୁଇଦେଶ ମିଳିତ ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

- Advertisement -

ଅନ୍ୟପକ୍ଷରେ ଓମାନ ସୁଲତାନ କାବୁସ ବିନ୍‌ ସୈଦ ଅଲ୍‌ ସୈଦଙ୍କ ବିୟୋଗକୁ ଦୃଷ୍ଟିରେ ରଖି ସୋମବାର ଭାରତରେ ଦିନକ ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଉଛି । ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। ଗତ ୧୦ ତାରିଖରେ ଓମାନ ସୁଲତାନ କାବୁସ ବିନ୍‌ ସୈଦ ଅଲ୍‌ ସୈଦଙ୍କ ପରଲୋକ ଘଟିଥିଲା। ତାଙ୍କୁ ସମ୍ମାନ ଜଣାଇ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୧୩ ତାରିଖରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ଟ୍ବିଟ୍‌ କରି ସୂଚନା ଦେଇଛନ୍ତି । ଏହି ସମୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ଅବସ୍ଥାରେ ରଖାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories