ବିଜେପି ନିରାଶ-ଅଣ ବିଜେପି ଉତ୍ସାହିତ

0

୧ ଲୋକସଭା ଏବଂ ୧ ବିଧାନସଭା ଆସନରେ ବିଜେପି ସନ୍ତୁଷ୍ଟ

ନୂଆଦିଲ୍ଲୀ  : ୧୦ଟି ରାଜ୍ୟର ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନ ପାଇଁ ହୋଇଥିବା ଫଳାଫଳ ଶାସକ ବିଜେପିକୁ ନିରାଶ କରିଛି ଅନ୍ୟପକ୍ଷରେ ଅଣ-ବିଜେପି ମେଣ୍ଟକୁ ସଫଳତା ମିଳିଛି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଏହା ବିଜେପିକୁ ନିରୁତ୍ସାହିତ କରିଥିବା ବେଳେ ବିଜେପି ବିରୋଧୀ ମେଣ୍ଟକୁ ଏହି ଉପ ନିର୍ବାଚନର ଫଳାଫଳ ଉତ୍ସାହିତ କରିଛି।

୪ଟି ଲୋକସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ଉତରପ୍ରଦେଶର କୈରାନା ଆସନରୁ ରାଷ୍ଟ୍ରୀୟ ଲୋକ ଦଳ ପ୍ରାର୍ଥୀ ତବସୂନ ହସନ ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ମହାରାଷ୍ଟ୍ରର ପାଲଘର ଆସନରୁ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଗାୱିତ ଶିବସେନା ପ୍ରାର୍ଥୀ ଶ୍ରୀନିବାସ ୱନାଗାଙ୍କୁ ହରାଇ ବିଜୟ ଳାଭ କରିଛନ୍ତି । ସେହିପରି ଭଣ୍ଡାରା–ଗୋବିନ୍ଦ ଆସନରୁ ଏନସିପି ପ୍ରାର୍ଥୀ ମଧୁକର କୁକୁଡେ ୪୫୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ନାଗାଲାଣ୍ଡ ଲୋକସଭା ଆସନରୁ ବିଜେପି ସହଯୋଗରେ କ୍ଷମତାସୀନ ପିପୁଲ୍ସ ଡେମୋକ୍ରେଟିକ ସାମୁଖ୍ୟ ପିଡିଏର ପ୍ରାର୍ଥୀ ତୋଖେହୋ ୟେପଥୋମୀ ବିଜୟୀ ହୋଇଛନ୍ତି ।

ଅନ୍ୟପକ୍ଷରେ ୧୦ଟି ବିଧାନସଭା ଆସନରେ ହୋଇଥିବା ଉପ ନିର୍ବାଚନରେ ୟୁପିର ନୁରପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଇମୁଲ ହସନ ବିଜୟୀ ହୋଇଛନ୍ତି। ସମାଜବାଦୀ ପାର୍ଟି ବିଜେପି ହାତରୁ ଏହି ଆସନ ଛଡାଇ ନେଇଛି। ମହାରାଷ୍ଟ୍ରର ପଲୁସ କଡେଗାଓରେ କଂଗ୍ରେସର ବିଶ୍ୱଜିତ କଦମ, ବିହାରର ଜୋକିହାଟ ଆସନରୁ ଆରଜେଡିର ଶାହାନୱାଜ ଆଲମ ବିଜୟୀ ହୋଇଛନ୍ତି। ଜେଡି(ୟୁ) ହାତରୁ ଆରଜେଡି ଏହାକୁ ଛଡାଇ ଆଣିଛି। କେରଳର ଚେଂଗନ୍ନୁରରେ ସିପିଏମ ପ୍ରାର୍ଥୀ ସାଜି ଚେରିୟନ ବିଜୟୀ ହୋଇଛନ୍ତି। ପଞ୍ଜାବର ଶାହାକୋଟ ଆସନରୁ କଂଗ୍ରେସ ପ୍ରାର୍ଥୀ ହରଦେବ ସିଂହ ଲାଡି ବିଜୟୀ ହୋଇଛନ୍ତି। ସେହିପରି  ଝାଡଖଣ୍ଡର ସିଲ୍ଲୀ ଆସନରୁ ଜେଏମଏମ ପ୍ରାର୍ଥୀ ସୀମା ମାହାତୋ ଏବଂ ଗୋମିୟାରେ ମଧ୍ୟ ଜେଏମଏମର ବବିତା ଦେବୀ ବିଜୟୀ ହୋଇଛନ୍ତି। କର୍ଣ୍ଣାଟକର ରାଜ ରାଜେଶ୍ୱରୀ ନଗର ଆନରୁ କଂଗ୍ରେସ ପ୍ରାର୍ଥୀ ମୁନ୍ନୀରତ୍ନା ବିଜୟୀ ହୋଇଛନ୍ତି।, ମେଘାଳୟା ଅଂପତି ଆସନରୁ କଂଗ୍ରେସ ପ୍ରାର୍ଥୀ ମିୟାନୀ ଡି ଶିରା ମିଜୟୀ ହୋଇଥିବା ବେଳେ ଉତରାଖଣ୍ଡର ଥରାଲୀ ଆସନରୁ ବିଜେପିର ମୁନ୍ନୀ ଦେବୀ ଶାହା ୧୯୦୦ରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ଫଳରେ ରାଜ୍ୟ ବିଧାନ ସଭାରେ ବିଜେପି ଆସନ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି। ସେହିପରି ପଶ୍ଚିମବଙ୍ଗର ମହେଶତଲାରେ ଟିଏମସିର ଦୁଲାଲ ଚନ୍ଦ୍ର ଦାସ ମଧ୍ୟ ବିଜୟଲାଭ କରିଛନ୍ତି।

 

Leave A Reply