www.samajalive.in
Saturday, December 13, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଦେଶର ୨୦୮ ଶିକ୍ଷାବିତ, ଶିକ୍ଷାନୁଷ୍ଠାନର ମାହୋଲ ବିଗାଡୁଛି ବାମପନ୍ଥୀ ବିଚାର ଧାରା

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନର ମାହୋଲ ବାମପନ୍ଥୀ ବିଚାର ଧାରା ବିଗାଡୁଛି ବୋଲି ଦର୍ଶାଇ ଦେଶର ୨୦୮ ଶିକ୍ଷାବିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି ଶିକ୍ଷାବିତମାନଙ୍କ ମଧ୍ୟରେ ଭାରତର ବହୁ ବିଶ୍ବବିଦ୍ୟାଳୟରେ କୁଳପତି ମଧ୍ୟ ସାମିଲ ରହିଛନ୍ତି। ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଶିକ୍ଷାବିତମାନେ ଲେଖିଛନ୍ତି ଯେ ବାମପନ୍ଥୀ ବିଚାର ଧାରା ଦେଶର ଶିକ୍ଷାନୁଷ୍ଠାନ ଗୁଡିକରେ ମାହୋଲକୁ ବିଗାଡୁଛନ୍ତି। ବାମପନ୍ଥୀ ବିଚାର ଧାରାରେ ଛାତ୍ରରାଜନୀତି ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅତିବାଦୀ ବାମପନ୍ଥୀ ଏଜେଣ୍ଡାକୁ ଆଗକୁ ବଢାଯାଉଛି। ନିକଟରେ ଜେଏନୟୁରୁ ଜାମିଆ ଏବଂ ଏଏମୟୁରୁ ଯାଦବପୁର ବିଶ୍ଵବିଦ୍ୟାଳୟ ପର୍ୟ୍ୟନ୍ତ ସାମ୍ନାକୁ ଆସିଥିବା ଘଟଣାରୁ ଜଣା ଯାଏ ଯେ, ଶିକ୍ଷାନୁଷ୍ଠାନର ମାହୋଲ ଖରାପ କରାଯାଉଛି। ବିଶ୍ଵବିଦ୍ୟାଳୟରେ ହେଉଥିବା ବିକ୍ଷୋଭ ପ୍ରଦର୍ଶନ ଓ ପାଠ ପଢାରେ ବ୍ୟାହାତ ହେବା ଏସବୁର ଉଦାହରଣ। ଏଭଳି ବିକ୍ଷୋଭ ପଛରେ ବାମପନ୍ଥୀଙ୍କ ଏଜେଣ୍ଡା ରହିଛି ବୋଲି ଶିକ୍ଷାବତିମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା ଶିକ୍ଷାବିତମାନଙ୍କ ମଧ୍ୟରେ ହରି ସିଂହ ଗୌର ବିଶ୍ଵ ବିଦ୍ୟାଳୟର କୁଳପତି ଆରପି ତିଓ୍ଵାରୀ, ଦକ୍ଷିଣ ବିହାର ସେଣ୍ଟ୍ରାଲ ବିଶ୍ଵ ବିଦ୍ୟାଳୟର କୁଳପତି ଏଚସିଏସ ରାଠୋର ଓ ସର୍ଦ୍ଦାର ପଟେଲ୍ ବିଶ୍ଵ ବିଦ୍ୟାଳୟର ଶିରିଷ କୁଲକର୍ଣ୍ଣୀଙ୍କ ସମେତ ୨୦୮ ଜଣ ଶିକ୍ଷାବିତ ସାମିଲ ରହିଛନ୍ତି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories