www.samajalive.in
Saturday, December 13, 2025
21.1 C
Bhubaneswar

କ୍ୟାବିନେଟ ନିଷ୍ପତ୍ତି: ୨୦୨୧ରେ ରାଜ୍ୟରେ ଏସଇବିସିଙ୍କ ଗଣନା ହେବ

ଭୁବନେଶ୍ବର : ୨୦୨୧ରେ  ଜାତିଭିତିକ ଜନଗଣା ହେବ। ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ବ ପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା। ଆଗାମୀ ୨୦୨୧ ଜନଗଣନାକୁ ଜାତିଭିତ୍ତିକ କରିବା ଲାଗି କ୍ୟାବିନେଟ୍‌ରେ ପ୍ରସ୍ତାବ ଦିଆଯାଇଥିଲା। ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ରହିଥିବା ଶ୍ରେଣୀ(ଏସଇବିସି) ଲୋକମାନଙ୍କର ସ୍ବତନ୍ତ୍ର ଗଣନା କରିବାକୁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ୨୦୨୧ ଜନଗଣନାରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି କ୍ୟାବିନେଟରେ ପ୍ରସ୍ତାବ ଦିଆଯାଇଛି। କ୍ୟାବିନେଟ ନିଷ୍ପତ୍ତି ଅନୁସାରେ, ସାଧାରଣ ଜନଗଣନା ଫର୍ମରେ ଏଥିପାଇଁ ବ୍ୟବସ୍ଥା ନ ଥିଲେ ସ୍ବତନ୍ତ୍ର ଭାବେ ବ୍ୟବସ୍ଥା କରାଯିବ।   ଏସଇବିସିଙ୍କ ପ୍ରକୃତ ସଂଖ୍ୟା ସ୍ପଷ୍ଟ ନ ଥିବାରୁ ଏହି ସ୍ବତନ୍ତ୍ର ଗଣନା କରାଯିବ ବୋଲି ନିଷ୍ପତ୍ତି ହୋଇଛି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories