www.samajalive.in
Saturday, December 13, 2025
26.1 C
Bhubaneswar

‘୮୩’: ସୁନୀଲ ଗାଭାସ୍କରଙ୍କ ଲୁକ୍‌ରେ ତାହିର

ମୁମ୍ବଇ: କବୀର ଖାନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘୮୩’ରେ ସୁନୀଲ ଗାଭାସ୍କରଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ତାହିର ରାଜ ଭସୀନଙ୍କ ପ୍ରଥମ ଲୁକ୍‍ ଶନିବାର ସାସ୍ନାକୁ ଆସିଛି। ପୂର୍ବରୁ ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରଣବୀର ସିଂହଙ୍କ ଲୁକ୍‍ ସାମ୍ନାକୁ ଆସିଥିଲା। ଉଭୟ କଳାକାର ନିଜ ନିଜ ଚରିତ୍ର ଅନୁଯାୟୀ ସଠିକ୍‍ ଲୁକ୍‍ରେ ନଜର ଆସିଛନ୍ତି।
ନିର୍ଦ୍ଦେଶକ କବୀର ଖାନ୍‍ ସାମାଜିକ ଗଣମାଧ୍ୟମରେ ଭସୀନଙ୍କ ସୁନୀଲ ଗାଭାସ୍କର ଲୁକ୍‍ ଶେୟାର କରି ଲେଖିଛନ୍ତି, “ବିଶ୍ୱ କପ୍‍ରେ ଏଣ୍ଟ୍ରି କରିଥିବା ଏ ହିଁ କେବଳ ଜଣେ ବ୍ୟକ୍ତି ଥିଲେ ୱେଷ୍ଟ୍‍ ଇଣ୍ଡିଜ୍‍ ଖେଳାଳୀ ଭୟ କରୁଥିଲେ। ଭାରତର ଲିଟିଲ୍‍ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କରଙ୍କୁ ଭେଟନ୍ତୁ”।

https://www.instagram.com/p/B7KvcNjguvY/?utm_source=ig_web_copy_link

- Advertisement -

ସୂଚନାଯୋଗ୍ୟ, ‘୮୩’ ଚଳଚ୍ଚିତ୍ର ୧୯୮୩ରେ କ୍ରିକେଟ୍‍ ବିଶ୍ୱକପ୍‍ରେ ଭାରତର ବିଜୟ ଉପରେ ଆଧାରିତ। ଚଳଚ୍ଚିତ୍ରରେ ଦୀପିକାଙ୍କୁ କପିଲ ଦେବଙ୍କ ପତ୍ନୀ ରୋମୀଙ୍କ ଚରିତ୍ରରେ ନଜର ଆସିବେ। ଚଳଚ୍ଚିତ୍ରରେ ତାଙ୍କୁ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିବ। ଚଳିତ ବର୍ଷ ୧୦ ଏପ୍ରିଲରେ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ‘୮୩’ ପରଦାକୁ ଆସିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories