www.samajalive.in
Monday, December 15, 2025
16.1 C
Bhubaneswar

ପୁନଶ୍ଚ ମରଣଯନ୍ତାରେ କନ୍ୟା

ମୟୁରଭଞ୍ଜ: ରାଗ ହିଁ ମଣିଷର ପରମଶତ୍ରୁ। ଏହି ରାଗରୁ ଜଣେ ବାପା ନିଜର ସମସ୍ତ ହିତାହିତ ଜ୍ଞାନ ଭୁଲି ଝିଅକୁ ହତ୍ୟା କରିଛି। ଏପରି ଘଟଣା ଘଟିଛି ମୟୁରଭଞ୍ଜ ଜିଲାର ବାରିପଦା ସଦର ଥାନା ଗୋବର୍ଦ୍ଧନଷୋଳ ଗ୍ରାମରେ। ନିଜ ୧୦ବର୍ଷର ଝିଅର ବେକ କାଟି ହତ୍ୟା କରିଛି ଅଭିଯୁକ୍ତ ବାପା ଶନିଆ ଦେହୁରୀ।
ବୁଧବାର ରାତିରେ ଶନିଆ ଓ ତା ସ୍ତ୍ରୀ ମଧ୍ୟରେ କଳହ ହୋଇଥିଲା। କଳହ ପରେ ଶନିଆ ନିଜର ଝିଅକୁ ଘର ଭିତରକୁ ନେଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲା। ଝିଅର ଚିତ୍କାର ଶୁଣି ପାଖପଡ଼ିଶା ପୁଲିସକୁ ଖବର ଦେଇଥିଲେ। ସକାଳେ ଆସି ଘର ଭିତରେ ଝିଅର ଗୋଡ଼ହାତ ବନ୍ଧା ହୋଇ ତଣ୍ଟି କଟା ହୋଇଥିବାର ପୁଲିସ ଦେଖିବାକୁ ପାଇଥିଲା। ଅଭିଯୁକ୍ତକୁ ଗିରଫ କରି କେଉଁ କାରଣରୁ ନିଜ ଜନ୍ମ କଲା ଝିଅକୁ ହତ୍ୟା କଲା ତାହା ନେଇ ପୁଲିସ୍‍ ବର୍ତ୍ତମାନ ତଦନ୍ତ ଜାରି ରଖିଛି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories