www.samajalive.in
Saturday, December 13, 2025
26.1 C
Bhubaneswar

ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ପାଇଁ ଆରମ୍ଭ ହେଲା ଡିଜିଟାଲ ଲାଇସେନ୍ସ ପ୍ରକ୍ରିୟା

ନୂଆଦିଲ୍ଲୀ: ପେଟ୍ରୋଲିୟମଜାତ ସାମଗ୍ରୀର ପରିବହନ ଲାଗି ପେଟ୍ରୋଲିୟମ ରୋଡ ଟ୍ୟାଙ୍କରଗୁଡ଼ିକୁ ଡିଜିଟାଲ ଲାଇସେନ୍ସ ପ୍ରଦାନ କରାଯିବା ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଅନ୍ତରୀଣ ବ୍ୟବସାୟ ବିଭାଗ ପକ୍ଷରୁ ପେଟ୍ରୋଲିୟମ ନିୟମ, ୨୦୦୨ ଅନ୍ତର୍ଗତ ପେଟ୍ରୋଲିୟମ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ମାଧ୍ୟମରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆ ଏବଂ ବ୍ୟବସାୟିକ ସୁଗମତା ସଂକଳ୍ପକୁ ଆଖି ଆଗରେ ରଖି ଏପରି ପଦକ୍ଷେପ ନିଆଯାଇଛି।

ଏହି ପଦକ୍ଷେପ ଫଳରେ ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକମାନଙ୍କ ବ୍ୟବସାୟ ଓ ଜୀବନ ସହଜ ହୋଇପାରିବ। ଏଥିରେ ଡିଜିଟାଲ ପ୍ରକ୍ରିୟାରେ ଅନଲାଇନ ଆବେଦନ ଗ୍ରହଣ କରାଯିବ। ଏଥିରେ ଆବଶ୍ୟକ ଫି’ ମଧ୍ୟ ଅନଲାଇନ ଦାଖଲ କରାଯିବ। ଫଳରେ ମାନବୀୟ ହସ୍ତକ୍ଷେପ ବିନା ଆବଶ୍ୟକ ଫି’ ବାବଦ ଅର୍ଥ ସିଧାସଳଖ ସମ୍ପୃକ୍ତ ଅଧିକାରୀଙ୍କ ଆଇଡିରେ ପଇଠ ହୋଇଯିବ। ଆବେଦନ ପ୍ରକ୍ରିୟାକରଣ ହେବାର ପ୍ରତ୍ୟେକ ପର୍ୟ୍ୟାୟରେ ଏସଏମଏସ ଏବଂ ଇ-ମେଲ ଜରିଆରେ ଆବେଦନକାରୀଙ୍କୁ ସୂଚନା ଦିଆଯିବ। ଆବେଦନରେ ତ୍ରୁଟି, ଲାଇସେନ୍ସ ମଞ୍ଜୁରି କିମ୍ବା ଅନୁମୋଦନ ଆଦି ସମସ୍ତ ସୂଚନା ଏହି ପଦ୍ଧତିରେ ଦିଆଯିବ। ଏହା ମଧ୍ୟ ଆବେଦନକାରୀଙ୍କ ପ୍ରୋଫାଇଲରେ ଉଲ୍ଲେଖ ରହିବ । ଏହି ପଦକ୍ଷେପ ଫଳରେ ୧ ଲକ୍ଷରୁ ଅଧିକ ପେଟ୍ରୋଲିୟମ ରୋଡ ଟ୍ୟାଙ୍କର ମାଲିକ ଲାଭାନ୍ୱିତ ହୋଇପାରିବେ ବୋଲି ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories