କେନ୍ଦ୍ରାପଡ଼ା: ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ କେନ୍ଦ୍ରାପଡ଼ା ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ସାହୁ ଓରଫ ପ୍ରତାପକୁ ଏନକାଉଣ୍ଟର କରିଛି। ବୁଧବାର ରାତିରେ ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବାର ଖବର ପାଇ କୋରୁଆ ଫାଣ୍ଡି ପୁଲିସ ଓ ସ୍ପେଶାଲ ସ୍କ୍ୱାଡ଼ ଟିମ୍ ଚଢ଼ଉ କରିଥିଲା। ବିଭୁ ପୁଲିସ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲା, ପୁଲିସର ପାଲଟା ଗୁଳି ଚାଳନାରେ ବିଭୁର ଦୁଇ ଗୋଡ଼ରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ କେନ୍ଦ୍ରାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ହତ୍ୟା,ଦାଦାବଟି,ବୋମାମାଡ଼ ଭଳି ୩୦ରୁ ଅଧିକ ମାମଲା ବିଭିନ୍ନ ଥାନାରେ ବିଭୁ ନାଁରେ ରହିଛି।
ଗତ ୯ତାରିଖରେ କେନ୍ଦ୍ରାପଡ଼ା ପୁଲିସ ଡ଼େରାବିଶରେ ଏସ.କେ.ଲାଲ ନାମକ ଅପରାଧିକୁ ଏନକାଉଣ୍ଟର କରିଥିଲା।
କେନ୍ଦ୍ରାପଡ଼ା ପୁଲିସର ଏନକାଉଣ୍ଟର, ବିଭୁ ଆହତ
Popular Categories



