www.samajalive.in
Monday, December 8, 2025
24.1 C
Bhubaneswar

ଚଟପଟି ମକା କାଜୁ ଚିକେନ

ଚିକେନ – ୫୦୦ ଗ୍ରାମ
ବଟର – ୧୦୦ ଗ୍ରାମ
କାଜୁ ଗୁଣ୍ଡ – ୫୦ ଗ୍ରାମ
କର୍ଣ୍ଣଫ୍ଲୋର – ୧୦୦ ଗ୍ରାମ
କାଶ୍ମୀର ଲଙ୍କା ଗୁଣ୍ଡ – ୧ ଚାମଚ
ଅଦା ରସୁଣ ବଟା – ୩ ଚାମଚ
ମିଠା ମକା – ୨ ଚାମଚ
ଗୋଲମରିଚ ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ପିଆଜ –୨ଟି (କଟା)
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଲଙ୍କା ଗୁଣ୍ଡ, ଲୁଣ, ଗୋଲମରିଚ ଗୁଣ୍ଡ, ଅଦା ରସୁଣ ବଟା ପକାଇ ଭଲ ଭାବେ ମିଶାଇ ୨୦ ମିନିଟ ଯାଏଁ ରଖି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ବଟର ଗରମ କରନ୍ତୁ। ବଟର ଗରମ ହେବା ପରେ ଗୋଳାଇ ରଖିଥିବା ଚିକେନକୁ କର୍ଣ୍ଣଫ୍ଲୋରରେ ରୋଲ ଆକାରର ବୁଡ଼ାଇ ଏହାକୁ ବଟରେ ଭଲ ଭାବେ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ପୁଣି କଡ଼େଇରେ ବଟର ପକାନ୍ତୁ। ବଟର ଗରମ ହେବା ପରେ ଏଥିରେ କାଜୁ ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଭାଜିବା ପରେ ମିଠା ମକା ଓ ପ୍ରସ୍ତୁତ ଚିକେନକୁ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ୨ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ଓ ପିଆଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟପଟି ମକା କାଜୁ ଚିକେନ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories