www.samajalive.in
Thursday, December 11, 2025
18.1 C
Bhubaneswar

ହୌସଲା-୨୦୧୯ର ସର୍ବଭାରତୀୟ ଚାମ୍ପିୟନ ଓଡ଼ିଶା ଦଳକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ଵର: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଶିଶୁ ଯତ୍ନ ଅନୁଷ୍ଠାନ ଅନ୍ତେବାସୀମାନଙ୍କ ସର୍ବଭାରତୀୟ ପ୍ରତିଯୋଗିତା ହୌସଲା-୨୦୧୯ର ଚାମ୍ପିୟନ ଓଡ଼ିଶା ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସମ୍ବର୍ଦ୍ଧିତ କରିଛନ୍ତି। ଏ ନେଇ କଳିଙ୍ଗ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ସମାରୋହରେ ସ୍ବର୍ଣ୍ଣ ପଦକ ବିଜୟୀଙ୍କୁ ୫୦ ହଜାର, ରୌପ୍ୟ ବିଜେତାଙ୍କୁ ୩୦ ହଜାର ଏବଂ କାଂସ୍ୟ ପଦକ ବିଜେତାଙ୍କୁ ୨୦ ହଜାର ଟଙ୍କାର ଅର୍ଥରାଶି ସହିତ ସମ୍ମାନଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଓଡ଼ିଶା କ୍ରମାଗତ ଭାବେ ୨ୟ ଥର ପାଇଁ ଏହି ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି। ଗତବର୍ଷ ଓଡ଼ିଶା ଦଳ ୨୩ଟି ପଦକ ପାଇଥିବାବେଳେ ଚଳିତବର୍ଷ ୩୦ଟି ପଦକ ହାସଲ କରିଛି। ସେଥିମଧ୍ୟରେ ୧୪ଟି ସ୍ବର୍ଣ୍ଣ, ୧୨ଟି ରୌପ୍ୟ ଏବଂ ୪ଟି କାଂସ୍ୟ ପଦକ ରହିଛି। ସୂଚନାଯୋଗ୍ୟ, ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ଜିଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଚଳିତବର୍ଷ ନୂଆଦିଲ୍ଲୀରେ ହୋଇଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମାଲକାନଗିରି, କନ୍ଧମାନଳ ,କେରାପୁଟ, ଗଜପତି, ସୁବର୍ଣ୍ଣପୁର, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର, ଢେଙ୍କାନାଳ, ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାର ୩୯ ପ୍ରତିଯୋଗୀ ଓଡ଼ିଶା ଦଳରେ ଅଂଶଗ୍ରହଣ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories