ନିୟମିତ ଭାବେ ନୂଆବର୍ଷ ଅବସରରେ ଜାପାନରେ ଟୁନା ମାଛର ନିଲାମି ଡାକରା ହୋଇଥାଏ। ୧୯୯୯ ମସିହାରୁ ଜାପାନରେ ବିଧିବଦ୍ଧ ଭାବେ ଏଇ ନିଲାମି ହେଉଥିବାର ପ୍ରକାଶ। ଚଳିତ ବର୍ଷ ଜାପାନର ନାମୀ ବ୍ୟବସାୟୀ କିୟୋଶି କିମୁରା ୧୩କୋଟି ଟଙ୍କା ମୂଲ୍ୟରେ ଏହି ଟୁନା ମାଛ କିଣିଛନ୍ତି। ତାଙ୍କ ରେସ୍ତୋଁରାରେ ଏଥରକ ସୁସି ସହ ଏଇ ସାମୁଦ୍ରିକ ମାଛର ବ୍ୟଞ୍ଜନ ପରଷାଯିବ ବୋଲି ସେ କହିଛନ୍ତି। ବିଲୁପ୍ତ ପ୍ରଜାତିର ଟୁନା ମାଛର ବ୍ୟଞ୍ଜନ ଖୁବ୍ ସୁଆଦିଆ ହୋଇଥିବାବେଳେ ଜାପାନର ପ୍ରତ୍ୟେକ ପ୍ରାନ୍ତରେ ଏହାର ଆଦର ରହିଛି। ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ କେବଳ ଏଇ ଟୁନା ମାଛ ପାଇଁ ହିଁ ସେଠା ରେସ୍ତୋରାଁରେ ଭିଡ଼ ଲଗାଇଥାନ୍ତି। ଚଳିତ ବର୍ଷର ଏଇ ବହୁମୂଲ୍ୟ ଟୁନା ମାଛର ଓଜନ ୨୭୬ କିଲୋ। ଗତ ବର୍ଷ ଧରାଯାଇଥିବା ଟୁନା ମାଛ ୨୭୮ କିଲୋ ହୋଇଥିବାବେଳେ ତାହା ୨୨କୋଟି ଟଙ୍କାରେ ନିଲାମ ହୋଇଥିଲା। ଟୁନା ମାଛରେ ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଓ ଅନ୍ୟାନ୍ୟ ପୋଷକତତ୍ତ୍ବ ଭରପୂର ଥିବାରୁ ଗ୍ରାହକ ମହଲରେ ସେଇ ମାଛ ବ୍ୟଞ୍ଜନକୁ ଖୁବ୍ ପସନ୍ଦ କରାଯାଏ।
Popular Categories



