www.samajalive.in
Wednesday, December 10, 2025
23.1 C
Bhubaneswar

ତୋଫାନଙ୍କ ତୋଫାନୀ, ଘାଇଲା କଫସିରଫ ମାଫିଆ, ପୁଲିସ ଜାଲରେ ସାନ ଓ ୨ ସହଯୋଗୀ

ବଲାଙ୍ଗୀର: ବଲାଙ୍ଗୀରର କଫସିରଫ ମାଫିଆ ସାନ ନେଗୀକୁ ପୁଣିଥରେ ଗିରଫ କରିଛି ବଲାଙ୍ଗିର ପୁଲିସ। ବହୁ ଦିନରୁ ଫେରାର ଥିବା ସାନ ନେଗୀ ଓ ତାର ଦୁଇ ଜଣ ସହଯୋଗୀଙ୍କୁ ବଲାଙ୍ଗିର ପୁଲିସ ଭୂବନେଶ୍ୱରରୁ ଗିରଫ କରିଥିବା ସୂଚନା ମିଳିଛି। ସଦର ଥାନା ଅଧିକାରୀ ତୋଫାନ ବାଗଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଚଢଉ କରି ସାନକୁ ଉଠାଇ ଆଣି ସୁରକ୍ଷା ବ୍ୟବସ୍ଥା ଭିତରେ ରଖି ପୁଲିସ ପଚାରଉଚୁରା କରୁଥିବା ଜଣାପଡିଛି। ସାନ ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ ପୁଲିସ ଲକ୍ଷ୍ୟ ରଖିଥିବା ବେଳେ ଏହାର କର୍ଣ୍ଣଧାର ସଦର ଥାନା ଅଧିକାରୀ ତୋଫାନ ବାଗ ସାଜିଥିବା ଆଲୋଚନା ହେଉଛି। ତେବେ ସାନକୁ ପୁଲିସ ଦ୍ୱିତୀୟ ଥର ପାଇଁ ଗିରଫ କରିଥିବା ବେଳେ କିଛି ମାସ ଭିତରେ ବିଭିନ୍ନ ସ୍ଥାନରେ ଚଢଉରେ ପୁଲିସ ବ୍ୟାପକ କଫ ସିରଫ ଜବତ କରିସାରିଛି।

ସୂଚନା ଅନୁସାରେ ଗତ କିଛି ମାସ ତଳେ ବଲାଙ୍ଗୀର ପୁଲିସ କଫ ସିରଫର ବେଆଇନ ଚାଲାଣ ଉପରେ ଏକ ବଡ ଧରଣର ଚଢଉ କରିଥିଲା। ସିନେମା ଷ୍ଟାଇଲରେ ଏହି ଚଢଉ କରି କଫ ସିରଫର ବେଆଇନ ସାମ୍ରାଜ୍ୟ ଚଲାଇଥିବା ସାନ ନେଗୀର ମୁଖ୍ୟ ସହଯୋଗୀ ପ୍ରଶାନ୍ତ ଖେତୀ ସମେତ ତିନି ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରବର୍ତ୍ତୀ ସମୟରେ ସଂପୃକ୍ତ ତିନି ଜଣଙ୍କୁ ପୁଇଁନ୍ତଲା ପୁଲିସ ରିମାଣ୍ଡରେ ଆଣି ପଚାରଉଚୁରା କରିଥିଲା। ଏହି ତିନି ଜଣଙ୍କ ଠାରୁ ପୁଲିସ ବହୁ ସୂଚନା ସଂଗ୍ରହ କରିଥିବା ବେଳେ ସାନକୁ ଧରିବା ପାଇଁ ଜିଲା ପୁଲିସର ଏକ ଟିମ ନିୟମିତ ଭାବେ ଚଢଉ କରୁଥିଲେ। କିନ୍ତୁ ସାନ ବାରମ୍ବାର ଠିକଣା ବଦଳାଉଥିବାରୁ ପୁଲିସ ଧରିବାରେ ବିଫଳ ହେଉଥିଲା। କିନ୍ତୁ ପରିଶେଷରେ ପୁଲିସର ଏହି ଟିମ ସାନକୁ ଧରିବାରେ ସଫଳ ହୋଇଛି। ସୂଚନା ଅନୁସାରେ ସାନ ନେଗୀ ଓ ଦୁଇ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସାନ ନେଗୀ ସହ ତାର ଦୁଇ ଜଣ ସହଯୋଗୀ ଫାରୁକ ଖାନ ଓ ଅଜିତ ନନ୍ଦ ପୁଲିସ ଜାଲରେ ପଡିଥିବା ସୂଚନା ରହିଛି। ଫାରୁକ ଓ ଅଜିତ ସାନ ନେଗୀକୁ ଏହି ବେଆଇନ ବ୍ୟବସାୟରେ ସହଯୋଗ କରୁଥିବା ପୁଲିସ ସୂଚନା ଦେଇଛି। ଯଦିଓ ସାନ ଓ ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିନଥିବା ବେଳେ ରିଜର୍ଭରେ ରଖି ପଚରାଉଚୁରା ଜାରି ରଖିଥିବା ଜଣାପଡିଛି।

- Advertisement -

ସୂଚନା ଯୋଗ୍ୟ ଯେ ବଲାଙ୍ଗିରରେ ଚାଲିଥିବା କଫ ସିରଫର ବେଆଇନ ବ୍ୟବସାୟ ଉପରେ ପୁଲିସ ନଜର ମାରୁନଥିଲା। ଗତ ବର୍ଷକ ତଳେ ଏହି କଫ ସିରଫ କାରବାର ଯୋଗୁ ବହୁ ଅପରାଧିକ ମାମଲା ବୃଦ୍ଧି ପାଇବା ପରେ ପୁଲିସ ଉପରେ ଏହାକୁ ବନ୍ଦ କରିବା ପାଇଁ ପୁଲିସ ଉପରେ ଚାପ ପଡିଥିଲା। ସେହି ସମୟ ଠାରୁ ପୁଲିସ ନିୟମିତ ଭାବେ କଫ ସିରଫ ଉପରେ ଚଢଉ କରିବା ଆରମ୍ଭ କରିଥିବା ବେଳେ ଏହି ସାମ୍ରାଜ୍ୟ ପଛରେ ରହିଥିବା ଅସଲ ମାଫିଆ ସାନ ନେଗୀ ପୁଲିସ ଜାଲରେ ଦ୍ୱିତୀୟ ଥର ପାଇଁ ପଡିଥିବା ଜଣାପଡିଛି। ସାନର ଏହି ସାମ୍ରାଜ୍ୟକୁ ଧ୍ୱଂସ କରିବାରେ ଇନ୍ସପେକ୍ଟର ତୋଫାନ ବାଗଙ୍କ ପ୍ରମୁଖ ଭୂମିକା ରହିଥିବା ବେଳେ ତାଙ୍କର ଏହି କାର୍ୟ୍ୟଦକ୍ଷତା ପାଇଁ ତାଙ୍କୁ ସହରବାସୀ ସାଧୁବାଦ ଜଣାଇବା ଆରମ୍ଭ କରିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories