www.samajalive.in
Friday, December 12, 2025
23.1 C
Bhubaneswar

୩ଟି ପ୍ରକଳ୍ପର ସଂପ୍ରସାରଣକୁ ଅନୁମତି: ସୃଷ୍ଟି ହେବ ୬୫୩୯ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ନିଯୁକ୍ତି ସୃଷ୍ଟି କରିବା ତଥା ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ୩ଟି ପ୍ରକଳ୍ପର ସମ୍ପ୍ରସାରଣ ପ୍ରସ୍ତାବକୁ ଗୁରୁବାର ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଦ୍ବାରା ୧୭ ହଜାର ୮୩୩ କୋଟି ଟଙ୍କା ପୁଞ୍ଜିନିବେଶ ସହ ଓ ୬୫୩୯ ନୂତନ ନିଯୁକ୍ତି ସୃଷ୍ଟି ହେବ। ବୈଠକ ପରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଏଥିରେ ହିଣ୍ଡାଲକୋ ୮ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରିବ, ଯେଉଁଥିରେ ୪୨୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ନ୍ୟାଶନାଲ୍ ଥର୍ମାଲ ପାୱାର କର୍ପୋରେଶନ୍(ଏନ୍‌ଟିପିସି) ତାଳଚେରର ସଂପ୍ରସାରଣକୁ ମଧ୍ୟ କମିଟି ଅନୁମୋଦନ କରିଛି। ଏନ୍‌ଟିପିସି ସଂପ୍ରସାରଣରେ ୭୬୯୮ କୋଟି ଟଙ୍କା ନିବେଶ ହେବ। ସୁନ୍ଦରଗଡ଼ରେ ରୁଙ୍ଗଟା ମାଇନ୍ସ ଇସ୍ପାତ ପ୍ରକଳ୍ପକୁ ମଧ୍ୟ ମଞ୍ଜୁରୀ ମିଳିଛି। ରୁଙ୍ଗଟା ପ୍ରକଳ୍ପରେ ୨୧୩୫ କୋଟି ଟଙ୍କା ନିବେଶ ହେବ। ଏଥିରେ ୨୨୮୮ ଜଣ ନିଯୁକ୍ତି ପାଇବେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories