www.samajalive.in
Friday, December 12, 2025
26.1 C
Bhubaneswar

ପାରସ୍ପରିକ ଆଇନଗତ ସହାୟତା ନେଇ ଜାରି ହେଲା ସଂଶୋଧିତ ନିୟମାବଳୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅପରାଧିକ ମାମଲାରେ ଅନ୍ୟ ଦେଶମାନଙ୍କ ସହ ପାରସ୍ପରିକ ଆଇନଗତ ସହାୟତା ଆଦାନ ପ୍ରଦାନ ସକାଶେ ସଂଶୋଧିତ ନିୟମାବଳୀ ଜାରି କରିଛନ୍ତି। ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ସରକାରଙ୍କର ଯେଉଁ ନୀତିରହିଛି ତାହାର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି। ଭାରତର ୪୨ଟି ଦେଶ ସହିତ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ରହିଛି ଏବଂ ଅପରାଧିକ ମାମଲାରେ ସହଯୋଗ ପାଇଁ ଗୃହୀତ ଆର୍ନ୍ତଜାତିକ ପ୍ରସ୍ତାବରେ ମଧ୍ୟ ଦେଶ ସ୍ୱାକ୍ଷର କରିଛି।

ଏହି ନିୟମାବଳୀରେ କୁହାଯାଇଛି, ଗତ କିଛି ବର୍ଷ ମଧ୍ୟରେ ଘଟିଥିବା ଆଇନଗତ ଓ ବୈଷୟିକ ବିକାଶକୁ ଦୃଷ୍ଟିରେ ରଖି ସରକାର ଏହି ନୂତନ ନିୟମାବଳୀ ପ୍ରସ୍ତୁତ କରିଛନ୍ତି, ଯାହାଦ୍ୱାରା ଆର୍ନ୍ତଜାତୀୟ ଆବଶ୍ୟକତା ମୁତାବକ ସମସ୍ତ ଦସ୍ତାବିଜ୍‍କୁ ପ୍ରସ୍ତୁତ କରିବାରେ ଏହା ଫଳପ୍ରଦ ହେବ। ଏହି ସଂଶୋଧିତ ନିୟମାବଳୀ ତଦନ୍ତ ସଂସ୍ଥାଗୁଡିକ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ୍‍ ପ୍ରସ୍ତୁତି ପ୍ରକ୍ରିୟା ଏବଂ ସମନ, ନୋଟିସ୍‍ ଓ ଅନ୍ୟାନ୍ୟ ନ୍ୟାୟିକ ଦସ୍ତାବିଜ୍‍ ପ୍ରଦାନ ପାଇଁ ସହାୟତା ଯୋଗାଇ ଦେବାରେ ସହାୟକ ହେବ। ବିଦେଶରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ସେହିସବୁ ଦେଶର ଅଦାଲତ ଆବଶ୍ୟକ କରୁଥିବା ବିଭିନ୍ନ କାଗଜପତ୍ର ଓ ରିପୋର୍ଟ ତୁରନ୍ତ ପ୍ରଦାନ ଦିଗରେ ଘଟୁଥିବା ବିଳମ୍ବ ପାଇଁ ଉଦବେଗକୁ ଦୃଷ୍ଟିରେ ରଖି ଏହି ସଂଶୋଧିତ ନିୟମାବଳୀ ପ୍ରସ୍ତୁତ କରାଯାଇଛି।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories