www.samajalive.in
Tuesday, December 9, 2025
15.1 C
Bhubaneswar

ଇରାକରେ ପୁଣି ଆମେରିକାର ଆକ୍ରମଣ, ରକେଟ୍‌ ମାଡ଼ରେ ୬ ମୃତ

ବାଗଦାଦ: ଇରାକରେ ଲଗାତର ୨ୟ ଦିନ ପାଇଁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଉତ୍ତର ବାଗଦାଦର ତାଜି ରୋଡ୍‌ ନିକଟରେ ଶନିବାର ସକାଳେ(ଭାରତୀୟ ସମୟ) ୨ଟି କାର୍‌କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରାଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁ ରାସ୍ତାରେ ଆକ୍ରମଣ କରାଯାଇଛି ତାହା ରାସ୍ତା ଅଣଆମେରିକୀୟ ସେନାର ଘାଟିକୁ ଯାଇଛି। ଏହା ପୂର୍ବରୁ ଗତ ଶୁକ୍ରବାର ସକାଳେ ଇରାକର ରାଜଧାନୀ ବାଗଦାଦରେ ଥିବା ଏକ ବିମାନବନ୍ଦରରେ ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା। ଏଥିରେ ଇରାନ ସେନାର ବରିଷ୍ଠ କମାଣ୍ଡର କାସିମ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା। ସୁଲେମାନିଙ୍କ ଆକ୍ରମଣ ପରେ ଇରାନ ପ୍ରତିଶୋଧପରାୟଣ ହୋଇପଡ଼ିଛି। ଆମେରିକା ବିରୋଧରେ ଯୁଦ୍ଧ କରିବା ପାଇଁ ଇରାନ ସଜବାଜ ଚଳାଇଛି।

ଇରାକ୍‌ର ସରକାରୀ ଅଧିକାରୀଙ୍କ କହିବା ଅନୁସାରେ, ଆମେରିକା ପକ୍ଷରୁ ଶନିବାର ହୋଇଥିବା ଆକ୍ରମଣରେ ୨ଟି କାର୍‌କୁ ଟାର୍ଗେଟ କରାଯାଇଥିଲା। ଏହି କାରରେ ଇରାନ ସମର୍ଥିତ ସେନା ହଶଦ-ଅଲ-ସାବୀର ୬ ଯବାନ ରହିଥିଲେ। ହଶଦ-ଅଲ-ସାବୀର କମାଣ୍ଡରଙ୍କ କାର୍‌କୁ ଲକ୍ଷ୍ୟ କରି ଆମେରିକା ଏହି ଆକ୍ରମଣ କରିଥିଲା। ହଶଦ-ଅଲ-ସାବୀ ପପୁଲାର ମୋବିଲାଇଜେଶନ ଫୋର୍ସ(ପିଏମଏଫ) ନାମରେ ପରିଚିତ। ତେବେ କାରରେ ପିଏମଏଫର ବରିଷ୍ଠ କମାଣ୍ଡର ନ ଥିଲେ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଆକ୍ରମଣରେ ନିହତ ୬ ଜଣଙ୍କ ମଧ୍ୟରେ ଡାକ୍ତର ବି ସାମିଲ ଥିଲେ। ଏହି ଆକ୍ରମଣରେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ପରେ ମଧ୍ୟ ପୂର୍ବରେ ପୂର୍ବାପେକ୍ଷା ଉତ୍ତେଜନା ଆହୁରି ବଢ଼ିଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories