www.samajalive.in
Friday, December 12, 2025
15.1 C
Bhubaneswar

ବାଗଦାଦ ଦୂତାବାସ ଆକ୍ରମଣ ଘଟଣା – ଅଧିକ ୭୫୦ ସେନା ମୁତୟନ କରିବ ଆମେରିକା

ବାଗଦାଦ: ଇରାକ ସ୍ଥିତ ଆମେରିକା ଦୂତାବାସ ଉପରେ ଇରାନ ସମର୍ଥକଙ୍କ ଆକ୍ରମଣ ଘଟଣାରେ ଆମେରିକା ସେଠାକୁ ଅଧିକ ସେନା ପଠାଇବାକୁ ନିଷ୍ପତ୍ତି ନେଇଛି। ଇରାନ ସମର୍ଥକମାନେ ଦୂତାବାସରେ ବଳ ପୂର୍ବକ ପ୍ରବେଶ କରିବାକୁ ଉଦ୍ୟମ କରିବା ସହ ନିଆଁ ଲଗାଇ ଦେଇଥିଲେ ଓ ‘ଆମେରିକାକୁ ହତ୍ୟା କର’ ବୋଲି ସ୍ଲୋଗାନ ଦେଇଥିଲେ। ହିଜବୁଲ୍ଲା ବ୍ରିଗେଡ ଉପରେ ଆମେରିକାର ଆକାଶମାର୍ଗରୁ ଆକ୍ରମଣ ଘଟଣାର ପ୍ରତିଶୋଧ ନେବାକୁ ପ୍ରଦର୍ଶନକାରୀମାନେ ଦୂତାବାସ ଉପରେ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ଆମେରିକାର ଆକାଶମାର୍ଗରୁ ଆକ୍ରମଣରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ହିଜବୁଲ୍ଲା ବ୍ରିଗେଡ ସେନା ଆମେରିକାର ଜଣେ ଠିକାଦାରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ ଦୂତାବାସ ଉପରେ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ସେମାନଙ୍କୁ ଆତଙ୍କବାଦୀ ଅଭିହିତ କରିଛନ୍ତି। ପ୍ରଦର୍ଶନକାରୀମାନଙ୍କ ମଧ୍ୟରୁ ଜଣକୁ ଅବୁ ମହଦୀ ଅଲ ମୁହାଁଦିଶ ବୋଲି ଚିହ୍ନଟ କରାଯାଇଛି। ମୁହାଁଦିଶ ତେହେରାନ ସମର୍ଥିତ ହସଦ ଅଲ ଶାବି ଆତଙ୍କୀ ଗୋଷ୍ଠୀର ଅନତମ ପ୍ରମୁଖ ଅଟେ। ଆମେରିକା ମଧ୍ୟ ମୁହାଁଦିଶକୁ ଆକାଶ ମାର୍ଗରୁ ଆକ୍ରମଣରେ ଟାର୍ଗେଟ କରିଥିବା କୁହାଯାଇଛି।

- Advertisement -

ତେବେ ଆମେରିକୀୟ ପ୍ରତିଷ୍ଠାନଗୁଡିକ ଉପରେ ବୃଦ୍ଧି ପାଉଥିବା ଆକ୍ରମଣ ଦୃଷ୍ଟିରୁ କିଛି ଦିନ ମଧ୍ୟରେ ୭୫୦ ଜଣ ସେନାକୁ ଇରାକ ପଠାଯିବ ବୋଲି ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories