www.samajalive.in
Wednesday, December 10, 2025
14.1 C
Bhubaneswar

ଶୀତ ଦିନିଆ ଓଠର ଯତ୍ନ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବା ବେ​‌ଳେ ପୋଡିଥାଏ। ଆମେ ବଜାରରେ ମିଳୁଥିବା କିଛି କ୍ରିମକୁ ଓଠରେ ଲଗାଇ ଥାଉ। ଘରେ ମଧ୍ୟ କିଛି ଜିନିଷ ବ୍ୟବହାର କରି ଆମେ ଓଠ ଫାଟିବାରୁ ରକ୍ଷା ପାଇ ପାରିବା।
ଗୋଲାପ ଫୁଲ ପାଖୁଡାକୁ ଛିଣ୍ଡାଇ ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ତାକୁ କ୍ଷୀରରେ କିଛି ସମୟ ଭିଜାଇ ଦିଅନ୍ତୁ। ତାପରେ ତାକୁ ପେଷ୍ଟ କରନ୍ତୁ। ପେଷ୍ଟକୁ ୧୫ମିନିଟ ରଖି ଦିଅନ୍ତୁ। ତାପରେ ତାକୁ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାର ଓଠ ନରମ ହେବା ସହ ଗୋଲାପି ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ରହି ନଥାଏ।
ଘିକୁଆଁରୀର ଉପର ଚୋପାକୁ କାଟି ଦିଅନ୍ତୁ। ତାପରେ ତାକୁ ଓଠରେ ହାଲୁକା ଭାବେ ୫ମିନିଟ ଘଷନ୍ତୁ। ଏପରି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହୋଇଯିବ।ରାତି​‌ରେ ଶୋଇବା ପୂର୍ବରୁ ଓଠରେ କାକୁଡି ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ପ୍ରାକୃତିକ ରଙ୍ଗ ହୋଇଯିବ।
ମହୁରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହାକୁ ଓଠରେ ଲଗାଇବା ଦ୍ବାରା ନରମ ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ହୋଇ ନଥାଏ।
ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାର ଥଣ୍ଡା ହୋଇ ନଥାଏ। ଏହାସହ ଓଠ ମଧ୍ୟ ଫାଟିନଥାଏ। ଓଠ ଫାଟିଥିଲେ ପାଚିଲା ଅମୃତଭଣ୍ଡା ରସ ଲଗାଇ ପାରିବେ। ଏହାଦ୍ବାରା ଓଠ କୋମଳ ଓ ନରମ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories