www.samajalive.in
Wednesday, December 10, 2025
14.1 C
Bhubaneswar

୨୦୨୬ କିମ୍ବା ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଭାରତ ଆଗ୍ରହୀ

ନୂଆଦିଲ୍ଲୀ : ଆସନ୍ତା ଦଶନ୍ଧିରେ ଏକାଧିକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାର ଲକ୍ଷ୍ୟରଖିଛି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ।  ଆଇଓଏର ବାର୍ଷିକ ସାଧାରଣ ବୈଠକ (ଏଜିମ୍‌)ରେ ଏ ନେଇ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଛି । ଏଥିରେ ପ୍ରମୁଖ ହେଲା ୨୦୨୬ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା କିମ୍ବା ୟୁବ ଅଲିମ୍ପିକ୍‌ସ ଭାରତରେ ଆୟୋଜନ ପାଇଁ ଆଇଓଏ ଦାବି ଉପସ୍ଥାପନ କରିବ। ଯଦି ୨୦୨୬ରେ ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଦାବି ଉପସ୍ଥାପନ ନ କରେ; ତେବେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ଏହା ଦାବି ଉପସ୍ଥାପନ କରିବ। ଏହାସହ ୨୦୩୦ ଏସୀୟ କ୍ରୀଡ଼ା ଆୟୋଜନ ପାଇଁ ମଧ୍ୟ ଆଇଓଏ ଦାବି ଉପସ୍ଥାପନ କରିବା ନେଇ ବିଚାର କରୁଛି। ତେବେ ଉକ୍ତ ଏଜିଏମ୍‌ରେ ନିଆ ଯାଇଥିବା ସବୁଠାରୁ ବଡ଼ ନିଷ୍ପତ୍ତି ହେଲା ଯେ ୨୦୩୨ରେ ଭାରତରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଆୟୋଜନ ପାଇଁ ଆଇଓଏ ଦାବିକରିବ। ଏହାସହ ଏହି ବୈଠକରେ ଏହି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି ଯେ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିଯିବ ନାହିଁ । ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସୁଟିଂକୁ ବାଦ୍‌ଦେବା ପ୍ରତିବାଦରେ ଏହି କ୍ରୀଡ଼ାରୁ ଓହରିଯିବା ଲାଗି ଆଇଓଏ ବିଚାର କରୁଥିଲା।  ସୋମବାର ଏଜିଏମ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଭାରତୀୟ କ୍ରୀଡ଼ାବିତ୍‌ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାଗନେବେ। ତେବେ ଏହି କ୍ରୀଡ଼ାର ୩ ମାସ ପୂର୍ବରୁ ଭାରତରେ ରାଜ୍ୟଗୋଷ୍ଠୀ ସୁଟିଂ ଚମ୍ପିଆନ୍‌ସିପ୍‌ ଆୟୋଜନ କରାଯିବ। ଏହାର ରିପୋର୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌)କୁ ପ୍ରଦାନ କରାଯିବ ବୋଲି ଆଇଓଏର ସଭାପତି ନରିନ୍ଦର ବାତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟା ଉପସ୍ଥିତ ସଦସ୍ୟମାନଙ୍କୁ ଜଣାଇଥିଲେ। ସୂଚନାଯୋଗ୍ୟ; ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ସର୍ବାଧିକ ପଦକ ସୁଟିଂରୁ ହିଁ ମିଳିଥାଏ। ତେବେ ୨୦୨୨ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ସୁଟିଂ ବାଦ୍ ପଡ଼ିଥିବାରୁ ଭାରତର ପଦକ ସଂଖ୍ୟା ହ୍ରାସପାଇବା ନିଶ୍ଚିତ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories