www.samajalive.in
Monday, December 15, 2025
16.1 C
Bhubaneswar

ଏଟିଏସ୍‍ ଏଏସ୍‍ପିଙ୍କ ସନ୍ଦେହଜନକ ମୃତ୍ୟୁ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍‍)ର ଅତିରିକ୍ତ ଏସ୍‍ପି ରାଜେଶ ସାହାଣୀଙ୍କ ମଙ୍ଗଳବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏଡିଜି (ଆଇନ ଶୃଙ୍ଖଳା) ଆନନ୍ଦ କୁମାର କହିଛନ୍ତି ଯେ ପୁଲିସ୍‍ ଦଳ ଏଟିଏମ୍‍ ମୁଖ୍ୟକାର୍ଯ୍ୟାଳୟର ତାଙ୍କ କ୍ୟାବିନରେ ପହଞ୍ଚିବା ପରେ ସେ ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଦିନ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଥିବା କୁହାଯାଉଛି। ଘଟଣାସ୍ଥଳରୁ କୌଣସି ମୃତ୍ୟୁଜନିତ ଜମାନବନ୍ଦୀ ବା ସୁଇସାଇଡ ନୋଟ ମିଳିନାହିଁ। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ୍‍ ଘଟଣାର ତଦନ୍ତ ଜାରି ରଖିଛି। ପ୍ରକାଶଯୋଗ୍ୟ ଯେ ଏଟିଏସ୍‍ରେ ଥିବାବେଳେ ରାଜେଶ ଅନେକ ଆତଙ୍କବାଦୀ ବିରୋଧୀ ଅଭିଯାନର ନେତୃତ୍ୱ ନେଇଥିଲେ। ଗତ ୨୩ ମଇରେ ଉତ୍ତରାଖଣ୍ଡରୁ ଆଇଏସ୍‍ଆଇ ଏଜେଣ୍ଟକୁ ଧରିବା ଅଭିଯାନରେ ସେ ସାମିଲ ଥିଲେ। ରାଜେଶ ସାହାଣୀ ୧୯୯୨ରେ ପିପିଏସ୍‍ ସେବାରେ ଭର୍ତ୍ତି ହୋଇଥିଲେ। ୨୦୧୩ରେ ସେ ଅତିରିକ୍ତ ଏସ୍‍ପି ପଦକୁ ପଦୋନ୍ନତି ପାଇଥିଲେ। ୨୦୧୪ରୁ ସେ ଏଟିଏସ୍‍ରେ କାର୍ଯ୍ୟ କରୁଥିଲେ। ପୁଲିସ୍‍ କହିବା ଅନୁସାରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ରାଜେଶ ଏଟିଏସ୍‍ ମୁଖ୍ୟ କାର୍ଯ୍ୟାଳୟର ନିଜ କ୍ୟାବିନକୁ ଆସିଥିଲେ। ଡ୍ରାଇଭରକୁ ନିଜ ସର୍ଭିସ ପିସ୍ତଲକୁ ଆଣିବାକୁ କହିଥିଲେ। ଡ୍ରାଇଭର ଆଣି ତାଙ୍କୁ ସର୍ଭିସ ପିସ୍ତଲ ଦେବାର କିଛି ସମୟ ପରେ ସେ ନିଜକୁ ଗୁଳି ମାରିଦେଇଥିଲେ। ୨୦୧୬ରେ ଲକ୍ଷ୍ନୌରେ ଏକ ଆତଙ୍କବାଦୀ ବିରୋଧୀ ଏନକାଉଣ୍ଟରର ସେ ନେତୃତ୍ୱ ନେଇଥିଲେ।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories