www.samajalive.in
Thursday, December 11, 2025
16.1 C
Bhubaneswar

ଟ୍ରେଣ୍ଟ ବୋଲ୍‌ଟ ଆହତ

ମେଲବୋର୍ଣ୍ଣ : ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଏଠାରେ​‌ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ୩ୟ ଦିନରେ ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍‌ଟ ଆଘାତପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ନ୍ୟୁଜିଲାଣ୍ଡ ତରଫରୁ ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‌ ଷ୍ଟାର୍କଙ୍କ ଏକ ବାଉନ୍‌ସର ବୋଲ୍‌ଟଙ୍କ ଡାହାଣ ହାତରେ ମାଡ଼ ​‌େ​‌ହାଇଥିଲା। ଡାକ୍ତରୀ ପରୀକ୍ଷା ପରେ ହାତ ହାଡ଼ରେ ଫାଟ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଶେ​‌​‌ଷ ହେବା ପରେ ବୋଲ୍‌ଟ ନ୍ୟୁଜିଲାଣ୍ଡ ଯାଇ ଚିକିତ୍ସିତ ହେବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ସଂପୂର୍ଣ୍ଣ ଭାବେ ସୁସ୍ଥ ହେବାକୁ ବୋଲ୍‌ଟଙ୍କୁ ଅତିକମ୍‌ରେ ୪ ସପ୍ତାହ ଲାଗିବ। ବୋଲ୍‌ଟଙ୍କ ସ୍ଥାନରେ ବଦଳ ଖେଳାଳିଙ୍କ ନାମ ବର୍ତ୍ତମାନ ପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ବୋଲ୍‌ଟ ଆଘାତପ୍ରାପ୍ତ ହେବା ଦଳ ପାଇଁ ଦୁର୍ଭାଗ୍ୟଜନକ ବୋଲି ମତ ଦେଇଛନ୍ତି ନ୍ୟୁଜିଲାଣ୍ଡ ଦଳର ଓପନର୍‌ ଟମ୍‌ ଲାଥାମ୍‌।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories