www.samajalive.in
Saturday, December 13, 2025
26.1 C
Bhubaneswar

ସାଢ଼େ ୧୭ଘଣ୍ଟା ପରେ କୂଅରୁ ଯୁବକର ମୃତଦେହ ଉଦ୍ଧାର

କଲକାତା : ଗତକାଲି ଅପରାହ୍ଣରେ ଘର ସମ୍ମୁଖ ଏକ କୂଅରେ ସମ୍ରାଟ ସରକାର ନାମକ ଜଣେ ଯୁବକ ଗଳି ପଡ଼ିଥିଲେ। ଗତକାଲି ଗଭୀର ରାତ୍ରି ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ସୁଦ୍ଧା ଉଦ୍ଧାର କରାଯିବା ସମ୍ଭବ ହୋଇପାରି ନଥିଲା। ତେବେ ଆଜି ସକାଳେ ସେହି ଯୁବକଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯିବା ସମ୍ଭବ ହୋଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଘଟଣାଟି ଗତକାଲି ଅପରାହ୍ଣ​‌େ​‌ର ରିଜେଣ୍ଟ ପାର୍କ ଥାନା ଇଲାକା ବାଁଶଦ୍ରୋଣୀଠାରେ ଘଟିଛି।
ଖବର ପାଇ ଅପରାହ୍ଣରୁ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ଯୁବକଜଣକ ମୃତ ବା ଜୀବନ୍ତ ଅଛନ୍ତି ତାହା ପୁଲିସ କହିପାରୁ ନଥିଲା। ରାତ୍ରି ପର୍ଯ୍ୟନ୍ତ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲେ ସୁଦ୍ଦା ପୁଲିସର ବିଶେଷ ଦଳ ନିରାଶ ହୋଇପଡ଼ିଥିଲା। ଅବଶେଷରେ ଆଜି ସକାଳେ କୁଅଁ ମିସ୍ତ୍ରୀ ମେଘନାଦ ସରଦାରଙ୍କ ସହାୟତା କ୍ରମେ ବାଁଶଦ୍ରୋଣୀ ସୋନାଲି ପାର୍କର ବାସିନ୍ଦା ସମ୍ରାଟ ସରକାର (ବାପି)ଙ୍କ ମୃତଦେହକୁ ଉଦ୍ଧାର କରାଯିବା ସମ୍ଭବ ହୋଇଛି।
ସ୍ଥାନୀୟ ଲୋକଙ୍କ ବକ୍ତବ୍ୟ ଯେ କୁଅଁରୁ ପାଣି ଉଠାଇବା ପାଇଁ ଲାଗିଥିବା ମୋଟର ପମ୍ପଟି ଗତ କିଛି ଦିନ ଧରି ଖରାପ ଥିଲା। ତେଣୁ ଯୁବକ ସମ୍ରାଟ ପାଣି ନେବା ପାଇଁ ଦଉଡ଼ି ଧରି ପାଣି ଉଠାଉଥିଲା। ହଠାତ୍‌ ତାଙ୍କ ଗୋଡ଼ ଖସିଯିବାରୁ ସେ କୂଅ ଭିତରକୁ ଗଳି ପଡ଼ିଥିଲେ। ସେବେଠୁ ପୁଲିସର ବିପର୍ଯ୍ୟୟ ମୁକାବିଲା ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ସୁଦ୍ଧା ରାତି ପର୍ଯ୍ୟନ୍ତ ହୋଇପାରି ନଥିଲା। ଏପରିକି ଯୁବକଜଣକ ମୃତ ନା ଜୀବିତ ସେ ବିଷୟରେ ମଧ୍ୟ ପୁଲିସ କହିପାରୁ ନଥିଲା। ଅବଶେଷରେ ଆଜି ସକାଳେ ମେଘନାଦ ସରଦାର ନାମକ ଜଣେ କୁଅ ମିସ୍ତ୍ରୀର ସହାୟତାରେ ଯୁବକଜଣକୁ ମୃତ ଅବସ୍ଥାରେ ବାହାର କରାଯିବା ସମ୍ଭବ ହୋଇଛି। କୂଅଟିର ଗଭୀରତା ୩୦ ଫୁଟ୍‌ ହୋଇଥିବାବେଳେ ଚଉଡ଼ା ଅତ୍ୟନ୍ତ କମ୍‌, ଯାହାଦ୍ବାରା ପୁଲିସ ପାଇଁ ଉଦ୍ଧାର କ୍ଷେତ୍ରର ସମସ୍ୟା ହୋଇଥିଲା। ମୃତଦେହଟିକୁ ପୁଲିସ ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories