www.samajalive.in
Saturday, December 13, 2025
26.1 C
Bhubaneswar

ସିଏଏ ଉପରେ ମତ ରଖିଲେ ବୈଜୟନ୍ତ : ‘ବିରୋଧୀଙ୍କ ମିଥ୍ୟା ପ୍ରଚାରରେ ପ୍ରଭାବିତ ନ ହୁଅନ୍ତୁ’

କଟକ ଅଫିସ୍‌ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ସଂକ୍ରାନ୍ତରେ ଦେଶର କେତେକ ବିରୋଧୀ ଦଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି। ଏହାର ଜବାବ ଦେବା ପାଇଁ ଦଳର ବରିଷ୍ଠ ନେତାମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ସିଏଏ ବିଷୟରେ ସଠିକ୍‌ ତଥ୍ୟ ଜନସାଧାରଣଙ୍କୁ ଅବଗତ କରାଇବାରେ ଲାଗିଛନ୍ତି। ଆଇନକୁ ନେଇ ମିଥ୍ୟା ତଥା ଗୁଜବ ପ୍ରଚାର କରୁଥିବା ରାଜନେତାଙ୍କ କଥାରେ ପ୍ରଭାବିତ ନହେବା ପାଇଁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପରାମର୍ଶ ଦେଇଛନ୍ତି।
ଶନିବାର ସଂଧ୍ୟାରେ କଟକସ୍ଥିତ ଗୋପବନ୍ଧୁ ଭବନ ପରିଦର୍ଶନରେ ଆସିଥିବା ଶ୍ରୀ ପଣ୍ଡା କହିଛନ୍ତି ଯେ ସିଏଏ ସଂକ୍ରାନ୍ତରେ ଜନସାଧାରଣ, ବୁଦ୍ଧିଜୀବୀ ତଥା ଛାତ୍ରଛାତ୍ରୀଙ୍କୁ ବୁଝାଇବା ତଥା ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ପାଇଁ ଦଳ ପକ୍ଷରୁ ଜନ ଜାଗରଣ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଏହି ଯାତ୍ରାର ସମନ୍ବୟକାରୀ ଭାବେ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଏହା ବ୍ୟତୀତ ଶ୍ରୀ ପଣ୍ଡାଙ୍କୁ ରାଜସ୍ଥାନ, ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ସାଂଗଠନିକ ନିର୍ବାଚନ ଦାୟିତ୍ବ ଦିଆଯାଇଛି। ଇତି ମଧ୍ୟରେ ସେ ଦେଶର ବିଭିନ୍ନ ରାଜ୍ୟର ଜନସାଧାରଣଙ୍କୁ ଭେଟି ସିଏଏ ସଂକ୍ରାନ୍ତରେ ବୁଝାଇଛନ୍ତି। ବିଶେଷକରି ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଏହି ଆଇନକୁ ସମର୍ଥନ କରୁଥିବା ସେ କହିଛନ୍ତି। ଆଗାମୀ ୩/୪ ଦିନ ମଧ୍ୟରେ ଓଡ଼ିଶାରେ ଏହି ଯାତ୍ରା ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। କେତେକ ସ୍ଥାନରେ ହିଂସା ପ୍ରଦର୍ଶନ ହେଉଥିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ବିରୋଧୀମାନେ ଛାତ୍ର ଓ ଜନତାଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରିଚାଲିଛନ୍ତି। ସେମାନଙ୍କ ମନରୁ ଆଇନ ପ୍ରତି ଥିବା ଭ୍ରମ ଦୂର ପାଇଁ ଦଳ ପକ୍ଷରୁ ଏପରି ଯାତ୍ରାର ଆୟୋଜନ ହୋଇଛି। ଦଳର କେତେକ ନେତା ବିବାଦୀୟ ମନ୍ତବ୍ୟ ଦେଉଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ବିଜେପିର ସଦସ୍ୟ ସଂଖ୍ୟା ୧୮ କୋଟିକୁ ଟପିଲାଣି। ଏହି ଦଳ ବିଶ୍ବର ସର୍ବ ବୃହତ୍‌ ରାଜନୈତିକ ଦଳ। ତେଣୁ ଏତେ ସଂଖ୍ୟକ ଦଳୀୟ କର୍ମୀ ଓ ନେତାଙ୍କ ମନ୍ତବ୍ୟକୁ ତର୍ଜମା କରିବା ସମ୍ଭବ ନୁହେଁ। ଦଳର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ବାରମ୍ବାର ଉପଯୁକ୍ତ ତଥ୍ୟ ପ୍ରଦାନ କରୁଛନ୍ତି। ତେଣୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ମନ୍ତବ୍ୟକୁ ଜନସାଧାରଣ ବିଶ୍ବାସକୁ ନେବା ଉଚିତ୍‌ ​‌େ​‌;ବାଲି ସେ କହିଛନ୍ତି। ଦଳର ଯେଉଁ ନେତାମାନେ ଏହି ଆଇନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ବିରୋଧରେ ଶୀର୍ଷ ନେତୃବୃନ୍ଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ କହିଛନ୍ତି।
ଓଡ଼ିଶା ସଂକ୍ରାନ୍ତରେ ସେ କହିଛନ୍ତି ଯେ, ଆମ ରାଜ୍ୟ ଶାନ୍ତିପ୍ରିୟ। ଏଠାକାର ଜନସାଧାରଣ ହିଂସା ଅପେକ୍ଷା ଅହିଂସାକୁ ଗୁରୁତ୍ବ ଦିଅନ୍ତି। ରାଜ୍ୟର ଉପକୂଳରେ ବାଂଲାଦେଶୀଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ସମସ୍ତେ ଜାଣନ୍ତି। ଏବେଠାରୁ ରାଜ୍ୟ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।
ଶ୍ରୀ ପଣ୍ଡା ‘ସମାଜ’ କାର୍ଯ୍ୟାଳୟକୁ ଆସି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସମ୍ପାଦକ ବାମାପଦ ତ୍ରିପାଠୀ, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଓ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ‘ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, ବିଜ୍ଞାପନ ପରିଚାଳକ ସଂଜୟ କୁମାର ମିଶ୍ର ଓ ସହ ସମ୍ପାଦକ ଆଦିତ୍ୟ ପତି ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories