www.samajalive.in
Saturday, December 13, 2025
27.1 C
Bhubaneswar

ଆଧାର ସଂଯୋଗ; ଧରାପଡ଼ିଲା ୨.୭୫ କୋଟି ନକଲି ରାସନ କାର୍ଡ

ନୂଆଦିଲ୍ଲୀ: ରାସନ କାର୍ଡକୁ ସମ୍ପୂର୍ଣ୍ଣ ଭାବେ ଡିଜିଟାଲାଇଜ ଓ ଏଥିସହ ଆଧାର ନମ୍ବର ସଂଯୋଗ ପ୍ରକ୍ରିୟା ଯୋଗୁ ପ୍ରାୟ ୨.୭୫ କୋଟି ନକଲି ରାସନ କାର୍ଡ ଧରାପଡ଼ିଛି। ରାସନ କାର୍ଡକୁ ଡିଜିଟାଲାଇଜେସନ କରିବା ନେଇ ୨୦୧୩ ଜାନୁଆରୀରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ, ୨୩.୧୯ କୋଟି ରାସନ କାର୍ଡ ପ୍ରଦାନ କରାଯାଇଛି। ରାସନ କାର୍ଡ ଡିଜିଟାଲାଇଜେସନ ଓ ଆଧାର ସଂଯୋଗ ପ୍ରକ୍ରିୟା ୮୨ ପ୍ରତିଶତ ସରିଛି। ତେବେ ରଦ୍ଦ କରାଯାଇଥିବା ନକଲି ରାସନ କାର୍ଡର ୫୦ ପ୍ରତିଶତ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟରୁ ରହିଛି। ଏହାବ୍ୟତୀତ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ବ୍ୟାପକ ନକଲି ରାସନ କାର୍ଡ କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories