ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ : ମାର୍କକୁ ନେଇ ଚଣ୍ଡିଗଡ଼ର ୮୬ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ
ଚଣ୍ଡିଗଡ଼ : ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଚଣ୍ଡିଗଡ଼ ସେକ୍ଟର ୭ସ୍ଥିତ ଭବନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରୀକ୍ଷାରେ ଆଶାଠାରୁ କମ୍ ମାର୍କ ପାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ସୋମବାର ୨୦ରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀ ଚଣ୍ଡିଗଡ ସେକ୍ଟର ୫ର ପଞ୍ଚକୁଳାରେ ଥିବା ସିବିଏସ୍ଇ କାର୍ଯ୍ୟଳୟରେ ପହଞ୍ଚି ପୁନଃ ଖାତା ମୂଲ୍ୟାୟନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁସାରେ ଭବନ ବିଦ୍ୟାଳୟର ୧୨୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୦ରୁ ୩୫ ଜଣ ଇଂରାଜୀରେ ୮୦ରୁ ଅଧିକ ନମ୍ବର ଓ ୮୬ଜଣ ୭୦ରୁ ୭୫ % ନମ୍ବର ରଖିଛନ୍ତି। ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ୪ଟି ପାଠ୍ୟକ୍ରମର ମାତ୍ର ୪୦ ଜଣ ଛାତ୍ରଛାତ୍ରୀ ଇଂରାଜୀରେ ୯୦%ରୁ ଅଧିକ ମାର୍କ ରଖିଛନ୍ତି। ଏହି ଫଳ ଆଶାଠାରୁ ନୈରାଶ୍ୟଜନକ ରହିଛି। ଏନେଇ ସିବିଏସଇ ରିଜିଓନାଲ ଅଫିସର ଆର.ଜେ ଖଣ୍ଡେରାଓଙ୍କୁ ପଚାରିବାରୁ ସେ କୌଣସି ସାହାଯ୍ୟ କରପାରିବେ ନାହିଁ ବୋଲି କହିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିବା ସହ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।