www.samajalive.in
Thursday, December 11, 2025
18.1 C
Bhubaneswar

ଝଲସୁଛି ଉଦ୍ୟାନ : ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଆଜି

ରାଉରକେଲା : ସ୍ଥାପିତ ହୋଇସାରିଛି ପ୍ରତିମୂର୍ତ୍ତି। ଲାଗିଯାଇଛି ଫଳକ। କପଡ଼ାରେ ଘୋଡ଼େଇ ଦିଆଯାଇଛି ବାଜପେୟୀଙ୍କ ପ୍ରତିମୂର୍ତ୍ତିକୁ। ଗତ କିଛିଦିନରୁ ଦିନରାତି କାମ ଚାଲିଥିବା ବେଳେ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଚାଲିଛି ସାଜସଜ୍ଜା। ଝଲସୁଛି ଉଦ୍ୟାନ। ଆଜି ସକାଳେ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଲୋକାର୍ପିତ ହେବ ଉଦ୍ୟାନ, ଉନ୍ମୋଚିତ ହେବ ପ୍ରତିମୂର୍ତ୍ତି। କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଉରକେଲା ଆସି ଏହି ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ ବୋଲି ପ୍ରଚାର ଚାଳିଥିଲେ ମଧ୍ୟ ବାସ୍ତବରେ ମନ୍ତ୍ରୀଙ୍କ କୌଣସି ଗସ୍ତ କାର୍ଯ୍ୟକ୍ରମ ହୋଇନାହିଁ। ସଂସଦୀୟ ପ୍ରତିିରକ୍ଷା କମିଟିର ଅଧ୍ୟକ୍ଷ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍‌ ଓରାମ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ। ଏହି ଅବସରରେ ସେଲ୍‌ ତଥା ଆରଏସ୍‌ପିର ବରିଷ୍ଠ ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀ ଓ ସାଧାରଣଜନତାଙ୍କୁ ଉପସ୍ଥିତ ରହିବା ପାଇଁ ଆମନ୍ତ୍ରଣ କରାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ କାର୍ଯ୍ୟକ୍ରମ ହେବ। ଆସନ୍ତାକାଲି ବୁଧବାର ସକାଳ ୯ଟାରେ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ହେବ ବୋଲି ଜଣାପଡ଼ିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ସେକ୍ଟର-୪ରେ ପୁନରୁଦ୍ଧାର ହେଉଥିବା ପାର୍କ ଭିତରେ ଅନାବରଣ କରାଯିବ। ଏହି ଅବସରରେ ନୂତନ ରୂପରେ ଜୀବନ୍ୟାସ ପାଇବ ବର୍ଷ ବର୍ଷରୁ ପଡ଼ି ରହିଥିବା ବହୁ ପୁରାତନ ପାର୍କ। ଆକର୍ଷଣୀୟ ଗଛଗୁଳ୍ମ,ଝିଲମିଲ୍‌ ଆଲୋକସଜ୍ଜା ମଧ୍ୟରେ ପାଣିଫୁଆରା ଇତ୍ୟାଦି ଥିବା ଏହି ଫିଟ୍‌ନେସ୍‌ ପାର୍କ ବିକଶିତ କରାଯାଇଛି। ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରିଂ-ରୋଡ଼ର ଗୋଟିଏ କଡ଼ରେ ଥିବା ବେଳେ ଏହାର ଠିକ୍‌ ଅପରପାର୍ଶ୍ବରେ ନର୍ସରୀକୁ ଲାଗି ଚାଲିଛି ଏହି ଉଦ୍ୟାନ ଓ ପ୍ରତିମୂର୍ତ୍ତି। ଏଠାରେ ପାର୍କ ବିକାଶ କରାଯିବା କିମ୍ବା ଅଟଳଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନାକୁ କେହି ପ୍ରକାଶ୍ୟରେ ବିରୋଧ କରିନଥିଲେ ମଧ୍ୟ ଅନେକ ବ୍ୟକ୍ତି ଓ ସଂଗଠନ ଏହି କାର୍ଯ୍ୟକ୍ରମକୁ ସହଜେ ହଜମ କରିପାରୁନାହାନ୍ତି। କାରଣ, ଆରଏସ୍‌ପି ପକ୍ଷରୁ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂସ୍ଥା ଗୁଡ଼ିକୁ ପୂର୍ବଭଳି ପ୍ରୋତ୍ସାହନ ଦିଆଯାଉନାହିଁ। ଶ୍ରମକ କର୍ମଚାରୀ ମାନଙ୍କର ମଜୁରୀ ଚୁକ୍ତିନାମା ହୋଇନାହିଁ। ଅଫିସର ଓ କର୍ମଚାରୀଙ୍କ ବହୁ ଦାବି ପଡ଼ି ରହିଥିବା ବେଳେ କର୍ତ୍ତୃପକ୍ଷ ବିପୁଳ କ୍ଷତିି ଆଳରେ ସବୁକିଛି ଟାଳି ଚାଲିଛନ୍ତି। କର୍ମଚାରୀ ମାନେ ରହୁଥିବା କ୍ୱାଟର୍ସ ଗୁଡ଼ିକର ରକ୍ଷଣାବେକ୍ଷଣ ଓ ମରାମତି ସନ୍ତୋଷଜନକ ଭାବେ ହେଉନାହିଁ। ବିଭିନ୍ନ ମୌଳିକ ସେବାରୁ ଲୋକେ ଉପକୃତ ହେବା ବଦଳରେ ବଞ୍ଚିତ ହେଉଛନ୍ତି। ଅବସର ପ୍ରାପ୍ତ କର୍ମଚାରୀ ମାନେ ଲିଜ୍‌ କ୍ୱାଟର୍ସ, ମେଡିକ୍ଲେମ ଇତ୍ୟାଦି ପ୍ରସଙ୍ଗରେ କାହିଁରେ କେତେ ହଇରାଣ ହେଉଛନ୍ତି। ତେଣୁ ବିଭିନ୍ନ ସଂଗଠନ ପକ୍ଷରୁ ଏହି ବ୍ୟୟବହୁଳ ଉଦ୍ୟାନ ଓ ପ୍ରତିିମୂର୍ତ୍ତି ସ୍ଥାପନା କାର୍ଯ୍ୟକ୍ରମକୁ ଖୁସିମନରେ ଲୋକେ ଗ୍ରହଣ କରିପାରୁନାହାନ୍ତି। ରିଂ ରୋଡ଼ର ଯେଉଁ ପାର୍ଶ୍ବରେ ଏହି ପ୍ରତିମୂର୍ତ୍ତି ହେଉଛି, ତାର ଅପରପାର୍ଶ୍ବରେ ଥିବା ଉକôଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ କିଛି ଦୂରରେ ଜବାହରଲାଲ ନେହେରୁ ଥିବା ଅଞ୍ଚଳକୁ ବିକଶିତ କରାଯାଇନଥିବାରୁ ମଧ୍ୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କଂଗ୍ରେସ ପକ୍ଷରୁ ଇତିମଧ୍ୟରେ ଏହି ଦୁଇ ଅଞ୍ଚଳକୁ ଅବହେଳାର ପ୍ରତିବାଦ କରାଯିବା ସହିତ ଏକ ମହମବତୀ ଶୋଭାଯାତ୍ରା କରାଯାଇଛି। ଲୋକଙ୍କ ଆବେଗ ଓ ଅସନ୍ତୋଷକୁ ନଜର ରଖି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଥିବା ଅଞ୍ଚଳ ଓ ଆଖପାଖକୁ ସମାନ ଢଙ୍ଗରେ ବିକାଶ ପାଇଁ ଯୋଜନା କରାଯାଇଥିବା ଖବର ମିଳିଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories