www.samajalive.in
Saturday, December 13, 2025
26.1 C
Bhubaneswar

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ: ୨ଟି କାରଖାନାରେ ଲାଗିଛି ନିଆଁ, ୨୨ଟି ଦମକଳ ଗାଡି ନିୟୋଜିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ସକାଳେ ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି କାରଖାନାରେ ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁ ଲିଭା କାର୍ଯ୍ୟରେ ୨୨ଟି ଦମକଳ ଗାଡି ନିୟୋଜିତ କରାଯାଇଛି। ଏପର୍ଯ୍ୟନ୍ତ ସୁଦ୍ଧା ଦୁଇଟି କାରଖାନାରେ ନିଆଁ ଲିଭା​‌ କାର୍ଯ୍ୟ ଜାରି ରହିଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପ୍ରଥମେ ଏକ ଜୋତା କାରଖାନାରେ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା। ଚାହୁଁଚାହୁଁ ଏହି ନିଆଁ ନିକଟରେ ଥିବା ଅନ୍ୟ କାରଖାନାକୁ ବ୍ୟାପିବା ସହ ଭୟଙ୍କର ରୂପ ଧାରଣ କରିଥିଲା। ସୂଚନା ପାଇ ଘଟଣାସ୍ଥଳରେ ୨୨ଟି ଦମକଳ ଗାଡି ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲେ। ଖବର ଲେଖା ବେଳକୁ କେହି ମୃତାହତ ହୋଇଥିବା ସୂଚନା ମିଳିନଥିଲା। କିନ୍ତୁ ନିଆଁକୁ ଆୟତ୍ତ କରିବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ସାମାନ୍ୟ ଭାବେ ଆହତ ହୋଇଥିଲେ। ପ୍ରାଥମିକ ଚିକତ୍ସା ପରେ ସେ ପୁଣି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସୂଚନାଯୋଗ୍ୟ, ସୋମବାର ଉତ୍ତର-ପଶ୍ଚିମାଞ୍ଚଳସ୍ଥିତ କିରାରିଠାରେ ଥିବା ଏକ କପଡା ଗୋଦାମରେ ଭୟଙ୍କର ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories