www.samajalive.in
Saturday, December 13, 2025
26.1 C
Bhubaneswar

ବାରାମୁଳା-ଉରୀ ଜାତୀୟ ରାଜପଥରୁ ଆଇଇଡି ଜବତ, ବଡ ଧରଣର ବିସ୍ଫୋରଣକୁ ଏଡାଇଲେ ସୁରକ୍ଷାକର୍ମୀ

ଜମ୍ମୁ: ପୁଣି ଥରେ ଆତଙ୍କୀଙ୍କ ଷଡଯନ୍ତ୍ରକୁ ଅସଫଳ କରିଛନ୍ତି ଭାରତୀୟ ସେନା । ରବିବାର ବାରାମୁଳା-ଉରୀ ଜାତୀୟ ରାଜପଥରୁ ସନ୍ଦେହଜନକ ସାମଗ୍ରୀ ଜବତ ହୋଇଛି। ଏଥିରୁ ପ୍ରମାଣ ହେଉଛି ଯେ, ଭାରତୀୟ ସେନାଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ଷଡଯନ୍ତ୍ର ଯୋଜନା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ରୋଡ ଓପନିଙ୍ଗ ପାର୍ଟି (ତୁଷାରପାତ ଯୋଗୁ ରାସ୍ତା ଜମି ରହିଥିବା ବରଫକୁ ସଫା କରି ପଥ ପରିଷ୍କାର କରୁଥିବା ସୁରକ୍ଷାକର୍ମୀ)ଙ୍କ ଦ୍ବାରା ଜମ୍ମୁ-କଶ୍ମୀରର ବାରାମୁଳା-ଉରୀ ଜାତୀୟ ରାଜପଥରୁ ସନ୍ଦେହଜନକ ସାମଗ୍ରୀ ଅର୍ଥାତ୍ ଅଫୁଟା ବୋମା ଜବତ ହୋଇଥିଲା। ଏହା ପରେ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଞ୍ଚି ତାକୁ ନିଷ୍କିୟ କରିଥିଲେ। ଯାଞ୍ଚରୁ ଜଣାପଡିଥିଲା ଯେ ତାହା ହେଉଛି ଆଇଇଡି।

- Advertisement -

ଏହା ପୂର୍ବରୁ ଶନିବାର ମଧ୍ୟ ଆତଙ୍କୀଙ୍କ ଷଡଯନ୍ତ୍ରକୁ ସୁରକ୍ଷାକର୍ମୀମାନେ ବିଫଳ କରିଥିଲେ। ସୋପୋର କୁପୱାଡା ଜାତୀୟ ରାଜପଥରେ ଉତ୍ତର କଶ୍ମୀରର ହନ୍ଦୱାଡା ଅଞ୍ଚଳ ଅନ୍ତର୍ଗତ ୱାରପୁରାରୁ ଆଇଇଡି ଜବତ ହୋଇଥିଲା। ଏହା ପ​‌ରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories