ବ୍ରହ୍ମପୁର: ନିଜ ମାନବିକତା ଓ ସାହାଯ୍ୟ ମନୋବୃତ୍ତି ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ବିଜୟ ଅମୃତ କୁଲାଙ୍ଗ ପ୍ରଂଶସାର ପାତ୍ର ହୋଇଛନ୍ତି। ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ସେ ନିଜ ଗାଡ଼ିରେ ଡାକ୍ତରଖାନା ନେଇଛନ୍ତି ।
ସୂଚନା ଯୋଗ୍ୟ, ଶେରଗଡ ମାରୁଡି ଛକରେ ରବିବାର ସକାଳେ ଏକ ମୋଟରସାଇକେଲ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ସେ ଆହତ ହୋଇ ରାସ୍ତାରେ ରକ୍ତ ଜୁଡୁବୁଡ ଅବସ୍ଥାରେ ପଡିରହିଥିଲେ । ମାତ୍ର ଠିକ୍ ସେହି ସମୟରେ ଗଂଜାମ ଜିଲ୍ଲାପାଳ ଶେରଗଡରୁ ଏକ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ତାଙ୍କ ନଜରକୁ ଆସିଥିଲା। ସେ ନିଜର ମାନବିକତା ଦେଖାଇ ନିଜ ଗାଡିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ଆହତ ବ୍ୟକ୍ତିଙ୍କୁ ହିଂଜିଳି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗଞ୍ଜାମ ଜିଲ୍ଲାପାଳଙ୍କ ମାନବିକତା, ଦୁର୍ଘଟଣାରେ ଗୁରୁତରଙ୍କୁ ନିଜ ଗାଡ଼ିରେ ନେଲେ ଡାକ୍ତରଖାନା
Popular Categories



