www.samajalive.in
Monday, December 15, 2025
26.1 C
Bhubaneswar

ଦେଶରେ ୧୬ କୋଟି ମଦୁଆ

ନୂଆଦିଲ୍ଲୀ: ଦେଶରେ ସାଧାରଣତଃ ୧୮ ରୁ ୪୯ ବର୍ଷ ବୟସ୍କ ବ୍ୟକ୍ତି ଅଧିକ ସଂଖ୍ୟାରେ ମଦ୍ୟପାନ କରିଥାନ୍ତି। ପ୍ରତି ୧୦୦ ଜଣ ମଦ୍ୟପଙ୍କ ମଧ୍ୟରେ ୨୦ ଜଣ ସର୍ବସାଧାରଣ ସ୍ଥାନରେ ଉତ୍ପାତ କରିଥା’ନ୍ତି। ଦେଶରେ ଏବେ ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରୁଥିବା କେନ୍ଦ୍ର ସାମାଜିକ ନ୍ୟାୟ ଓ ଅଧିକାର ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ସର୍ଭେରେ କୁହାଯାଇଛି।

ଭାରତରେ ମଦ୍ୟପାନ କରି ରାସ୍ତାଘାଟରେ ଉତ୍ପାତ କରିବା ସାଧାରଣ ବିଷୟ ପାଲଟିଛି। ସେହିପରି ୪୩ ପ୍ରତିଶତ ମଦ୍ୟପ ନିର୍ଦ୍ଧାରିତ ପରିମାଣ ଠାରୁ ଅଧିକ ମଦ୍ୟପାନ କରିଥା’ନ୍ତି। ଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ ଭାରତୀୟ ମଦ୍ୟପଙ୍କ ପ୍ରଥମ ପସନ୍ଦ। ୪ ପ୍ରତିଶତ ୱାଇନ ଓ ୨୧ ପ୍ରତିଶତ ବିଅର ପିଇଥା’ନ୍ତି। ଦେଶର ସମୁଦାୟ ଜନସଂଖ୍ୟାର ୧୪.୬୦ ପ୍ରତିଶତ (ପ୍ରାୟ ୧୬ କୋଟି) ଜନସାଧାରଣ ମଦ୍ୟପାନ କରିଥିବା ଏହି ରିପୋର୍ଟରେ କୁହାଯାଇଛି। ଏମାନଙ୍କ ମଧ୍ୟରେ ୧୮ରୁ ୪୯ ବର୍ଷର ୯୫ ପ୍ରତିଶତ ପୁରୁଷ ଅଛନ୍ତି। ସେହିପରି ପ୍ରତି ୧୭ ପୁରୁଷଙ୍କ ମଧ୍ୟରେ ଜଣେ ମହିଳା ମଦ୍ୟପାନ କରିଥା’ନ୍ତି। ତେବେ ପୁରୁଷଙ୍କ ତୁଳନାରେ ମଦ ଉପରେ ମହିଳାଙ୍କ ନିୟନ୍ତ୍ରଣ ଅଧିକ। ଅଧିକାଂଶ ପୁରୁଷ ମଦ ପିଇ ଉତ୍ପାତ କରୁଥିବାବେଳେ ମଦ୍ୟପ ମହିଳା ନିୟନ୍ତ୍ରଣରେ ରହିଥା’ନ୍ତି। ଅନ୍ୟପକ୍ଷରେ କହିବାକୁ ଗଲେ ମଦ୍ୟପ ମହିଳା କେତେ ମଦ ପିଇବେ ସ୍ଥିର କରିପାରୁ ଥିବାବେଳେ ଅଧିକାଂଶ ମଦ୍ୟପ ପୁରୁଷ ଆବଶ୍ୟକତାଠାରୁ ଅଧିକ ମଦ୍ୟପାନ କରିଥା’ନ୍ତି।

- Advertisement -

ଗୁଜରାଟ ଓ ବିହାରରେ ମଦ୍ୟପାନ ଉପରେ କଟକଣା ଜାରି କରାଯାଇଛି। ତେବେ ଦେଶରେ ଏପରି ୧୦ଟି ରାଜ୍ୟ ଅଛି ଯେଉଁଠାରେ ମୋଟ ଜନସଂଖ୍ୟାର ୨୦ ପ୍ରତିଶତ ମଦ୍ୟପାନ କରିଥା’ନ୍ତି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଛତିଶଗଡ଼, ତ୍ରିପୁରା, ପଞ୍ଜାବ, ଅରୁଣାଚଳ ପ୍ରଦେଶ ଓ ଗୋଆ ଅନ୍ତର୍ଭୁକ୍ତ। ରାଜସ୍ଥାନରେ ୨.୧ ପ୍ରତିଶତ ଓ ମେଘାଳୟରେ ୩.୪ ପ୍ରତିଶତ ମଦ୍ୟପ ଅଛନ୍ତି । ଏହି ଦୁଇଟି ରାଜ୍ୟବାସୀ ସବୁଠାରୁ କମ୍‌ ମଦ୍ୟପାନ କରୁଥିବା ରିପୋର୍ଟରେ କୁହାଯାଇଛି। ଆଶ୍ଚର୍ଯ୍ୟର ବିଷୟ, ତ୍ରିପୁରାରେ ମୋଟ ଜନସଂଖ୍ୟାର ୬୨ ପ୍ରତିଶତ, ଛତିଶଗଡ଼ରେ ୫୭.୨ ପ୍ରତିଶତ ଓ ପଞ୍ଜାବରେ ୫୧.୭ ପ୍ରତିଶତ ମଦ୍ୟପ ଅଛନ୍ତି। ସେହିପରି ଅରୁଣାଚଳରେ ସର୍ବାଧିକ ୧୫.୬୦ ଓ ଛତିଶଗଡ଼ ୧୩.୭୦ ପ୍ରତିଶତ ମହିଳା ମଦ୍ୟପାନ କରିଥା’ନ୍ତି। ପ୍ରତି ଶହେ ମଦ୍ୟପଙ୍କ ମଧ୍ୟରେ ୫ଜଣ ରାତିରେ ନୁହେଁ ବରଂ ଦିନରେ ଉତ୍ପାତ କରୁଥିବା ଏହି ରିପୋର୍ଟରେ କୁହାଯାଇଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories