www.samajalive.in
Saturday, December 6, 2025
26.1 C
Bhubaneswar

ଉପହାର ଦେବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପୂଜା ପର୍ବ ଅଥବା ଆନନ୍ଦ ଉଲ୍ଲାସ, ଜନ୍ମ ଦିନ ଆଦି ସମୟରେ ପରସ୍ପରକୁ ଉପହାର ଦେଇଥାଆନ୍ତି। ମାତ୍ର ନିଜ ପ୍ରିୟଜନଙ୍କ ପାଇଁ ଉପହାର କିଣିବା ପୂର୍ବରୁ ଆପଣଙ୍କୁ କିଛି କଥା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। କେଉଁ ଜିନିଷ ଉପହାରରେ ଦେବା ଉଚିତ ନୁହେଁ ଜାଣନ୍ତୁ ଏହା ବିଷୟରେ ….
ଜଳ ସହ ଜଡ଼ିତ ବସ୍ତୁ –
କାହାକୁ ଜଳ ସହ ଜଡ଼ିତ କିଛି ଜିନିଷ ଉପହାରରେ ଦିଅନ୍ତୁ ନାହିଁ। ଯେପରି ଆକ୍ୱାରିୟମ, ପାଣି ବୋତଲ ଭଳି ଉପହାର ଦିଅନ୍ତୁ ନାହିଁ। ଏହି ଜିନିଷ ଉପହାରରେ ଦେବା ଦ୍ୱାରା ଆର୍ଥିକ ସମସ୍ୟା ଲାଗି ରହିଥାଏ।
କର୍ମକ୍ଷେତ୍ର ସହ ଜଡ଼ିତ ଜିନିଷ –
ନିଜ କର୍ମକ୍ଷେତ୍ର ସହ ଜଡ଼ିତ କୌଣସି ଜିନିଷ କାହାକୁ ଉପହାରରେ ଦିଅନ୍ତୁ ନାହିଁ। ଯେପରି କଲମ, ପୁସ୍ତକ ଆଦି ଦିଅନ୍ତୁ ନାହିଁ। ଏହା ଦ୍ୱାରା କର୍ମକ୍ଷେତ୍ର ଉପରେ କୁପ୍ରଭାବ ପଡ଼ିଥାଏ।
ଭଗବାନଙ୍କ ମୂର୍ତ୍ତି –
ବାସ୍ତୁ ଅନୁଯାୟୀ, ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ମଧ୍ୟ ଉପହାର ଦେବା ଉଚିତ ନୁହେଁ। ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ସର୍ବଦା ନିଜେ କିଣି ପୂଜା କରିବା ଉଚିତ।
ରୁମାଲ –
କାହାକୁ ମଧ୍ୟ ରୁମାଲ ଉପହାରରେ ଦିଅନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ରୁମାଲ ଉପହାରରେ ଦେବା ଦ୍ୱାରା ସମ୍ପର୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।
ଧାରୁଆ ଜିନିଷ –
ବାସ୍ତୁ ଅନୁଯାୟୀ, କାହାକୁ ମଧ୍ୟ ଛୁରୀ, କଇଁଚି, ଆଦି ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉପରେ କୁପ୍ରଭାବ ପଡ଼ିଥାଏ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories