ସୁଖମୟ ଦାମ୍ପତ୍ୟ ଜୀବନ ସହ ଜୀବନର ବହୁ ସମସ୍ୟା ଦୂର କରେ ଏହି ବାସ୍ତୁ ଟିପ୍ସ
ଆପଣ ବହୁବାର ଏପରି ଦେଖିଥିବେ ବିନା କାରଣରେ ପତି-ପତ୍ନୀ ଓ ଘରର ସଦସ୍ୟଙ୍କ ମଧ୍ୟ କଳହ ହୋଇଥାଏ। ବାସ୍ତୁ ଦୋଷ ଫଳରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏହି ଦିଗ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ….
– ଘରେ କଦାପି ଭଙ୍ଗାରୁଜା ବାସନ ରଖନ୍ତୁ ନାହିଁ। ଭଙ୍ଗାରୁଜା ବାସନ ରଖିବା ଦ୍ୱାରା ଘରେ ଦରିଦ୍ରତା ବାସ କରିଥାଏ। କୌଣସି ବସ୍ତୁର ଭଙ୍ଗାକାଚ ମଧ୍ୟ ଘରେ ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ସର୍ବଦା ଆର୍ଥିକ ସମସ୍ୟା ସୃଷ୍ଟି ହୋଇଥାଏ।
– ଶୟନ କକ୍ଷରେ ଥିବା ଖଟ ଅଳ୍ପ ଭାଙ୍ଗିଥିଲେ ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହେବା ସହ ନକରାତ୍ମକ ପ୍ରଭାବ ପଡ଼ିଥାଏ।
– ଘରେ ଚାଲୁଥିବା ଅଣ୍ଡାକାର, ଅଷ୍ଟଭୁଜାକାର, ଷଡ଼ଭୁଜାକାର ଘଣ୍ଟା ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
– ଘରର ମୁଖ୍ୟ ଦ୍ୱାର କବାଟ ସାମାନ୍ୟ ଭାଙ୍ଗିଥିଲେ ଅଥବା ଫାଟିବା ସୃଷ୍ଟି ହୋଇଥିଲେ ଏହାକୁ ତୁରନ୍ତ ହଟାଇ ନୂତନ କବାଟ ଲଗାନ୍ତୁ। ନଚେତ ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
– ଘରେ ସକରାତ୍ମକ ବାତାବରଣ ପାଇଁ ଶିଶୁ, ମହୁଲ, ବବୁଲ, ଶାଗୁଆନ ଆଦିରେ ନିର୍ମିତ ସୋଫାର ବ୍ୟବହାର କରନ୍ତୁ।
Comments are closed.