www.samajalive.in
Sunday, December 7, 2025
18.1 C
Bhubaneswar

ଚାଷୀମାନଙ୍କ ମଧ୍ୟରେ ଜୈବିକ ଚାଷର ପ୍ରସାର ପାଇଁ କର୍ମଶାଳା

କଳିଙ୍ଗନଗର: ଚାଷ ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ଦୀର୍ଘସ୍ଥାୟୀ ଚାଷ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପଙ୍କପାଳ ଓ ବାରବାଙ୍କି ଗ୍ରାମ ପଞ୍ଚାୟତରେ ଜୈବିକ ଚାଷ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କୃଷି, ଶସ୍ୟ ଅମଳ ଓ ସ୍ଥାନୀୟ କୃଷି ଜାତ ଦ୍ରବ୍ୟ ଉତ୍ପାଦନ ଉପରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା ପକ୍ଷରୁ ଉକ୍ତ କର୍ମଶାଳାର ଆୟୋଜନ କରାଯାଇଥିଲା। ଉଭୟ ପୁରୁଷ ଓ ମହିଳାଙ୍କୁ ମିଶାଇ ମୋଟ ୬୦ ଜଣ ଚାଷୀ ଉକ୍ତ କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।

- Advertisement -

ଏହି ଅବସରରେ କୋଲିବିରା କୃଷି ସାଧନ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଶୀଷ ଦାସ କହିଥିଲେ ଯେ, “ଜିଲ୍ଲାର ଗ୍ରାମୀଣ ଅଞ୍ଚଳରେ ଜୈବିକ ଆନ୍ଦୋଳନର ପ୍ରଗତିକୁ ନେଇ ଆମେ ବେଶ ଉତ୍ସାହିତ ଅଛୁ ଓ ବର୍ତ୍ତମାନ ଚାଷୀମାନଙ୍କୁ ଅଭିନବ ସବୁଜ ପ୍ରଯୁକ୍ତି ବିଦ୍ୟା ଉପରେ ଜ୍ଞାନ ପ୍ରଦାନ କରିବାର ସଠିକ୍ ସମୟ। ଜୈବିକ ଚାଷ ଆସନ୍ତାକାଲିର ଆବଶ୍ୟକତା ବୋଲି ଆମେ ଏକ ବାର୍ତ୍ତା ପ୍ରେରଣ କରିବାକୁ ଚାହୁଁଛୁ’’। ଏହି କର୍ମଶାଳାରେ ଯୋଗ ଦେଇଥିବା ଚାଷୀମାନଙ୍କୁ ଜମି ପ୍ରସ୍ତୁତି, ବିହନ ଚୟନ, ବିହନ ବୁଣିବା ଓ ତାର ଯତ୍ନ ନେବା, ରକ୍ଷଣାବେକ୍ଷଣ ଓ ଶସ୍ୟ ଉପରେ ପ୍ରଯୁକ୍ତିଗତ ଶିକ୍ଷା ପ୍ରଦାନ କରାଯାଇଥିଲା। ଜୈବିକ ଖତ ପ୍ରସ୍ତୁତି ଓ ଉଦ୍ଭିଦ ସମ୍ପର୍କିତ ରୋଗ, ଏହାର ନିବାରଣ ଓ ପ୍ରତିକାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories