www.samajalive.in
Thursday, December 11, 2025
16.1 C
Bhubaneswar

୨ ଦିନ ପରେ ବାରବାଟୀ ଦିନିକିଆ – ଟିକେଟ ପାଇଁ ୧୨ଟି କାଉଣ୍ଟରରେ ନାହିଁ ନ ଥିବା ଭିଡ଼

କଟକ : କ୍ରିକେଟ ଖେଳ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଥିବା ଉତ୍ତେଜନା, ଆଗ୍ରହର ଏକ ଝଲକ ଗୁରୁବାର ଭୋର ସମୟରୁ କଟକର ବାରବାଟୀ ଟିକେଟ କାଉଣ୍ଟରରେ ଦେଖିବାକୁ ମିଳିଛି। ଆସନ୍ତା ୨୨ରେ ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ପୂର୍ବରୁ ଅନଲାଇନରେ ଟିକେଟ ବିକ୍ରି ସରିଥିବା ବେଳେ ଆଜି ବାରବାଟୀ ଷ୍ଟାଡ଼ିୟମ ନିକଟରେ ଥିବା କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି। ୧୨ଟି କାଉଣ୍ଟରରେ ୧୦ ହଜାର ୩୯ଟି ଟିକେଟ ବିକ୍ରି ହେବ। ଟିକେଟ ବ୍ରିକି କାଉଣ୍ଟର ନମ୍ବର ୧ ରୁ ୧୦ରେ ଗ୍ୟାଲେରି ନମ୍ବର ୧ ପାଇଁ ୩୪୯୮, ୨ ପାଇଁ ୪୭୭, ୩ ପାଇଁ ୩୭୩୬, ୪ ପାଇଁ ୯୮୨, ୬ ପାଇଁ ୧୫, କାଉଣ୍ଟର ନମ୍ବର ୧୧ ଓ ୧୨ରେ ସ୍ୱତନ୍ତ୍ର ଏନକ୍ଲୋଜର-ଏ ପାଇଁ ୧୧୮୦, ନୂତନ ପ୍ୟାଭିଲିୟନ ୮୬, କରପୋରରେଟ ବକ୍ସ ୬୫ ଟିକେଟ ଉପଲବ୍ଧ। ଦେଖନ୍ତୁ ଭିଡିଓ –

- Advertisement -

ଏହାସହ ଯେଉଁମାନେ ଅନଲାଇନ ଟିକେଟ କରିଥିଲେ ସେମାନେ କଟକ କ୍ୟାମ୍ବରିଜ ସ୍କୁଲ କ୍ୟାମ୍ପସରୁ ଟିକେଟ ପାଇବେ। ଟିକେଟ ପାଇଁ କ୍ରିକେଟ ପ୍ରେମୀମାନେ ବୁଧବାର ବିଳମ୍ବିତ ରାତିରୁ କାଉଣ୍ଟର ଆଗରେ ଲାଇନ ଲଗାଇଥିଲେ। ମାତ୍ର ଆଜି ସକାଳୁ କାଉଣ୍ଟର ଆଗରେ କ୍ରିକେଟ ପ୍ରେମୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ବ୍ୟାରିକେଡ଼ ବ୍ୟବସ୍ଥା କରିଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories