www.samajalive.in
Thursday, December 11, 2025
16.1 C
Bhubaneswar

ଜିଏସ୍‍ଟି ବୈଠକ – ଲଟେରୀ ଉପରେ ୨୮ ପ୍ରତିଶତ କର

ନୂଆଦିଲ୍ଲୀ: ରାଜ୍ୟ ଏବଂ କେନ୍ଦ୍ରସ୍ତରରେ ପ୍ରଚଳିତ ଲଟେରୀ ଉପରେ ୨୮ ପ୍ରତିଶତ କର ଧାର୍ଯ୍ୟ କରାଯାଇଛି। ଗତକାଲି ଅନୁଷ୍ଠିତ ଜିଏସ୍‍ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସେହିପରି ପରିବେଶ ଅନୁକୂଳ ବ୍ୟାଗ୍‍ ଏବଂ ଅନ୍ୟାନ୍ୟ ବ୍ୟାଗ୍‍ଗୁଡ଼ିକ ଉପରେ ୧୮ ପ୍ରତିଶତ ଟିକସକୁ ପରିଷଦ ଅନୁମୋଦନ କରିଛି। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତା ୩୮ତମ ଜି.ଏସ୍‍.ଟି. ପରିଷଦ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି, ଏହି ନୂତନ ଟିକସ ବ୍ୟବସ୍ଥା ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ। ପରିଷଦରେ ଉପସ୍ଥିତ ସଦସ୍ୟଙ୍କ ଦ୍ୱାରା ଭୋଟ ମାଧ୍ୟମରେ ଏହି ଟିକସ ପରିମାଣକୁ ଧାର୍ଯ୍ୟ କରାଯାଇଛି।

ସେ କହିଛନ୍ତି, ପ୍ରଥମ ଥର ପାଇଁ ପରିଷଦରେ ନିଷ୍ପତ୍ତି ନେବା ପାଇଁ ଭୋଟର ଆବଶ୍ୟକତା ପଡ଼ିଥିଲା। ଏହା ପୂର୍ବରୁ ପ୍ରତ୍ୟେକ ଥର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଷେତ୍ରୀୟ ଏବଂ ରାଜ୍ୟସ୍ତରରେ ଅଭିଯୋଗ ଫୈସଲା କମିଟି ଗଠନ କରିବା ପାଇଁ ଜି.ଏସ୍‍.ଟି. ପରିଷଦ ଅନୁମୋଦନ କରିଛି। ଏଥିସହ ଜି.ଏସ୍‍.ଟି. ଆଇନରେ କେତେକ ସଂଶୋଧନକୁ ପରିଷଦ ଅନୁମୋଦନ କରିଛି। ଯାହାକି ଆସନ୍ତା ବଜେଟରେ ପ୍ରତିଫଳିତ ହେବ।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories