www.samajalive.in
Monday, December 8, 2025
24.1 C
Bhubaneswar

ଆସାମ ପରିସ୍ଥିତି ସ୍ବଭାବିକ : ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର

ଗୌହାଟୀ : ଆସାମର ଗୌହାଟୀ ସହରରେ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି । ସେଠାରୁ ସୋମବାର ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର କରିନିଆଯାଇଛି । ସହରରେ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଖୋଲାଥିବାବେଳେ ସଡ଼କରେ ଯାନବାହନ ସ୍ବଭାବିକ ଭାବେ ଚଳାଚଳ କରୁଛି ।
ଦିବ୍ରୁଗଡ଼ରେ ମଧ୍ୟ ଆଜି ଦିନବେଳା ସାନ୍ଧ୍ୟ ଆଇନକୁ କୋହଳ କରାଯାଇଛି । କିନ୍ତୁ ସେଠାରେ କାମ୍ରୁଫ୍‍ମେଟ୍ରୋ ସମେତ କିଛି ସ୍ଥାନରେ ଆସନ୍ତା ୨୨ତାରିଖ ପର୍ଯ୍ୟନ୍ତ ସ୍କୁଲ୍‍ଗୁଡ଼ିକ ବନ୍ଦ ରହିବ। ପରିସ୍ଥିତିରେ ଅଧିକ ଉନ୍ନତି ଘଟିଲେ ସେଠାରୁ ମଧ୍ୟ ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର କରିନିଆଯିବ।  ମୋବାଇଲ୍‍ ଇଣ୍ଟରନେଟ୍‍ ସେବା ମଧ୍ୟ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ। ହିଂସାକାଣ୍ଡରେ ଲିପ୍ତ ଥିବା ୧୮୦ ଜଣ ଦୁର୍ବୃତ୍ତଙ୍କୁ ପୁଲିସ୍‍ ଗିରଫ କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories